www.samajalive.in
Thursday, December 11, 2025
14.1 C
Bhubaneswar

ଫେବୃଆରୀ ୨୪ରୁ ଟ୍ରମ୍ପଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୪ରୁ ୨୬ ତାରିଖ ତିନି ଦିନ ପାଇଁ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ଟ୍ରମ୍ପଙ୍କ ଏହି ଗସ୍ତ କାଳରେ ଭାରତ-ଆମେରିକା ମଧ୍ୟରେ ୭୧,୨୦୦କୋଟି ଡଲାରର ବାଣିଜ୍ୟିକ ବୁଝାମଣା ସ୍ବାକ୍ଷର ହେବ। ଏହା ସହିତ ହଷ୍ଟନର ‘ହାୱଡି ମୋଦୀ’ ଭଳି ଗୁଜରାଟ ଅହମଦାବାଦର ମୋଟେରା ଷ୍ଟ୍ରାଡିୟମରେ ନରେନ୍ଦ୍ର ମୋଦୀଙ୍କ ସହିତ ଟ୍ରମ୍ପ ଏକ ସମାବେଶରେ ଉଦ୍‌ବୋଧନ ଦେବେ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପ ବାରମ୍ବାର ପ୍ରସ୍ତାବ ଦେଇ ଆସୁଥିବାବେଳେ ତାଙ୍କର ଏହି ଗସ୍ତ କାଳରେ ଏ ବାବଦରେ କିଛି ବି ଆଲୋଚନା ହେବ ନାହିଁ। ତେବେ ଟ୍ରମ୍ପଙ୍କ ଏହି ଗସ୍ତ ସମ୍ପର୍କରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ। ଆମେରିକା ସିନେଟ୍‌ରେ ଟ୍ରମ୍ପ ମହାଭିଯୋଗ ପ୍ରକ୍ରିୟାର ସମ୍ମୁଖୀନ ହେଉଥିବାବେଳେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବେ। ତେଣୁ ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ଟ୍ରମ୍ପଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ ହୁଏ। ୨୦୧୯ ସାଧାରଣତନ୍ତ୍ର ଦିବସ ପରେଡର ମୁଖ୍ୟ ଅତିଥି ଭାବେ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଥିଲା; ମାତ୍ର ଏହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ୨୦୧୫ରେ ଆମେରିକା ରାଷ୍ଟ୍ରପତି ଭାବେ ବରାକ ଓବାମା ଶେଷ ଭାରତ ଗସ୍ତ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories