www.samajalive.in
Monday, December 8, 2025
24.1 C
Bhubaneswar

ଟ୍ୱେଣ୍ଟି-୨୦ରେ ରୋହିତଙ୍କ ୨୦୦ ଚୌକା

ଚେନ୍ନଇ : ରବିବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚରେ ଭାରତ ୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ସହ ତିନିଟିକିଆ ସିରିଜକୁ ୩-୦ରେ ପୋଛିନେଇଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କେବଳ ୪ ରନ କରିଥିଲେ ସୁଦ୍ଧା ଏକ ମାଇଲଖୁଣ୍ଟ ଅତିକ୍ରମ କରିପାରିଛନ୍ତି। ଟ୍ୱେଣ୍ଟି୨୦ ଫର୍ମାଟରେ ରୋହିତ ୨୦୦ଟି ଚୌକା ମାରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ତିଳକରତ୍ନେ ଦିଲସାନ ୨୨୩ଟି ଚୌକା ସହ ତାଲିକାର ଶୀର୍ଷରେ ଥିବାବେଳେ ତାଙ୍କ ପଛକୁ ପାକିସ୍ତାନର ମହମ୍ମଦ ସେହଜାଦ (୨୧୮) ୨ୟ, ବିରାଟ କୋହଲି (୨୧୪) ୩ୟ ସ୍ଥାନରେ ରହିଛନ୍ତି। ରୋହିତ ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍‍ଟିଲ ପ୍ରତ୍ୟେକ ୨୦୦ଟି ଚୌକା ମାରି ଯୁଗ୍ମଭାବେ ତାଲିକାରେ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories