ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରାଇ ନେବ ମ୍ୟାଁମାର

0

ସିଙ୍ଗାପୁର : ସ୍ୱଦେଶ ଛାଡି ବାଂଲାଦେଶରେ ଆଶ୍ରୟ ନେଇଥିବା ସମସ୍ତ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କୁ ଫେରାଇ ନେବାକୁ ମ୍ୟାଁମାନ ଇଚ୍ଛା ପ୍ରକାଶ କରିଛି। ଏହି ଶରଣାର୍ଥୀମାନେ ଯଦି ସ୍ୱଇଚ୍ଛାରେ ପ୍ରତ୍ୟାବର୍ତ୍ତନ କରନ୍ତି ତା’ହେଲେ ମ୍ୟାଁମାର ସରକାର ସେମାନଙ୍କୁ ସହଯୋଗ କରିବେ ବୋଲି ଶନିବାର ଦେଶର ଜାତୀୟ ନିରାପତ୍ତା ପରାମର୍ଶଦାନା ଥଉଙ୍ଗ ତୁନ୍‍ କହିଛନ୍ତି। ସିଙ୍ଗାପୁରଠାରେ ଅନୁଷ୍ଠିତ ଆଞ୍ଚଳିକ ନିରାପତ୍ତା ସମ୍ମିଳନୀ ‘ଶାଙ୍ଗରି-ଲା ଆଲୋଚନାଚକ୍ର’ରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ୨୦୧୭ ଅଗଷ୍ଟରେ ଦେଶରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପ୍ରାୟ ୭,୦୦,୦୦୦ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶରେ ଶରଣ ନେଇଥିଲେ। ଏହି ଶରଣାର୍ଥୀମାନଙ୍କୁ ଦୁଇ ବର୍ଷ ମଧ୍ୟରେ ଫେରାଇ ନେବା ଲାଗି ଜାନୁଆରୀରେ ମ୍ୟାଁମାର ଏବଂ ବାଂଲାଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଥିଲା। ଅନ୍ୟପଟେ ବାଂଲାଦେଶରୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ରୋହିଙ୍ଗ୍ୟାମାନଙ୍କୁ ସେମାନଙ୍କ ଇଚ୍ଛାମୁତାବକ ସ୍ଥାନରେ ସୁରକ୍ଷିତ ଭାବେ ଥଇଥାନ କରିବା ନିମନ୍ତେ ବାଂଲାଦେଶ ଏବଂ ଜାତିସଂଘ ମଧ୍ୟରେ ରାଜିନାମା ହୋଇଥିଲା।

Leave A Reply