www.samajalive.in
Saturday, December 6, 2025
14.1 C
Bhubaneswar

ଝିଅ ବାହାଘର ପାଇଁ ଘରେ ରଖିଥିଲେ ସୁନା ଓ ନଗଦ ଟଙ୍କା, ବନ୍ଧୁକ ଦେଖାଇ ଲୁଟିନେଲେ ଡକାୟତ

ସାଲେପୁର: ଜମି ବିକ୍ରି କରି ଝିଅ ବାହାଘର ପାଇଁ ରଖିଥିବା ସୁନା ଓ ନଗଦ ଟଙ୍କା ଡକାୟତମାନେ ଲୁଟି ନେଇଥିବା ସୂଚନା ମିଳିଛି। ୪ ଜଣ ଲୁଟେରା ପରିବାର ଲୋକଙ୍କ ବନ୍ଧୁକ ଦେଖାଇ ଭୟଭିତ କରି ନଗଦ ଟଙ୍ଗା ଓ ସୁନା ଗହଣା ଲୁଟି ନେଇଛନ୍ତି।

ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରବାଦ ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ଜାହାଙ୍ଗୀରବାଦ ଗାଁର ବିଜୟ ମହାନ୍ତି ଝିଅ ବାହାଘର ପାଇଁ ନଗଦ ଟଙ୍କା ଓ ସୁନା ଅଳଙ୍କାର ରଖିଥିଲେ। ତାଙ୍କ ଘରୁ ୫୦ଲକ୍ଷ ଟଙ୍କାର ସୁନା ଏବଂ ୩୦ଲକ୍ଷ ନଗଦ ଟଙ୍କା ଲୁଟ୍‌‌ ହୋଇଥିବା ଜଣାପଡ଼ିଛି।

- Advertisement -

ଜାହାଙ୍ଗୀରବାଦ ଗାଁର ବିଜୟ ମହାନ୍ତି ନିଜ ଜମି ବିକ୍ରି କରି ଝିଅ ବାହାଘର ପାଇଁ ୫୦ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ଓ ୩୦ଲକ୍ଷ ନଗଦ ଟଙ୍କା ରଖିଥିଲେ। ତାଙ୍କ ଘରେ ୪ଜଣ ଦୁର୍ବୃତ୍ତ ଘରେ ପଶି ବନ୍ଧୁକ ଲଗାଇ ୫୦ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ଓ ୩୦ଲକ୍ଷ ନଗଦ ଟଙ୍କା ଲୁଟ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories