www.samajalive.in
Friday, December 12, 2025
14.1 C
Bhubaneswar

ଲଗାଣ ବର୍ଷାରେ ରାସ୍ତାଘାଟ ବେହାଲ

ଗୁରୁଡିଝାଟିଆ: ଲଗାଣ ବର୍ଷା ଯୋଗୁଁଁ ରାସ୍ତାଘାଟ ବେହାଲ ହୋଇଯାଇଛି। ପ୍ରତ୍ୟେକ ସାହି ଓ ଗଳିକନ୍ଦିରେ ୬ ଇଞ୍ଚରୁ ୧ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଛି। ଫଳରେ ଯାତାୟାତ କରିବା କଷ୍ଟକର ହେଉଛି। ଏଭଳିସ୍ଥିତି ଉପୁଜିଛି କଖଡି ଗାଁରେ। ଫଳରେ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖାସ କରି ପ୍ରତ୍ୟେକ ସାହିରୁ ଜଳ ନିସ୍କାସନ ପାଇଁ ସୁବ୍ୟବସ୍ଥା ନଥିବାରୁ ଏପରି ସମାସ୍ୟା ଦେଖାଦେଇଛି।

କେତେକ ସ୍ଥାନରେ ମୁଷ୍ଟିମେୟ ବ୍ୟକ୍ତିବିଶେଷ ଜଳନିସ୍କାସନ ପାଇଁ ଥିବା ସରକାରୀ ଜମିକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖି ପୋତିଦେବା ଫଳରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷାଜଳ ନିସ୍କାସନ ଦୀର୍ଘଦିନ ଧରି ନହେବା ଫଳରେ ମଶାମାଛିଙ୍କ ଉତ୍ପାତ ବୃଦ୍ଧି ପାଇଛି। ଯାହା ଫଳରେ ଡେଙ୍ଗୁର ଆଶଙ୍କା ଦେଖାଦେଲାଣି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିନଦେବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ।

- Advertisement -

ସାହି ରାସ୍ତାରେ ବର୍ଷାଜଳ ଜମି ରହିଥିବାରୁ ଅନେକ ସମୟରେ ବାହାରୁ ଆସୁଥିବା ଲୋକମାନେ ରାସ୍ତାର ପ୍ରକୃତସ୍ଥିତି ଜାଣିନପାରି ଖାଲଖମାରେ ପଡ଼ି ଆହତ ହେଉଛନ୍ତି। ସନ୍ଧ୍ୟାହେଲେ ସାହି ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟାତ ଭୟ ଲାଗୁଛି। ସରୀସୃପମାନେ ବୁଲୁଥିବାରୁ କେତେବେଳେ ଯେ ଅଘଟଣ ନଘଟିବ କିଏ ବା କହିବ? ତେଣୁ ଟାଙ୍ଗି-ଚୌଦ୍ୱାର ବ୍ଲକ ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଡ୍ରେନେଜ ବ୍ୟବସ୍ଥା କରି ଜଳ ନିସ୍କାସନ କରିବା ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories