www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବୁଧବାର ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସହର ପରିକ୍ରମା ସମୟରେ ବିଭିନ୍ନ ସଚେତନଧର୍ମୀ ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ଦେଇ ଛାତ୍ରୀମାନେ ସହର ପରିକ୍ରମା କରିବା ସହ ଗାଡିଚାଳକ ମାନଙ୍କୁ ସଚେତନ କରିଥିଲେ। ପରେ ପରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏନଏସଏସ ଯୋଜନା ଅଧିକାରୀ ନିର୍ଯ୍ୟାସୀ ବଳବନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଯୋଗଦେଇ ଅଧ୍ୟକ୍ଷା ମମତା ମିଶ୍ର ଗାଡି ଚାଳକ ମାନଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଏବଂ ବିଶେଷକରି ଅନେକ କ୍ଷେତ୍ରରେ ଗାଡିଚାଳକମାନେ ମଦ୍ୟପାନ କରି ଗାଡିଚଳାଉଥିବାରୁ ଦୁର୍ଘଟଣା ଘଟିଥାଏ ବୋଲି କହିଥିଲେ। ତେଣୁ ଗାଡି ଚଳାଇବା ବେଳେ ନିଜର ସୁରକ୍ଷା ସହିତ ଯାତ୍ରୀ, ଅନ୍ୟ ପଥଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଡିଚାଳନା କରିବା ଆବଶ୍ୟକ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିଥିଲେ। ଛାତ୍ରୀମାନେ ଶୋଭାଯାତ୍ରାରେ ଗଲାବେଳେ ‘ସଡକ ସୁରକ୍ଷା ଜୀବନ ରକ୍ଷା’, ‘ମୋବାଇଲ ଧରି ଗାଡିଚାଳନା ଜୀବନ ହେବ ଭଙ୍ଗା ଖେଳନା’ ଆଦି ସ୍ଲୋଗାନ ଦେବା ସହ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ଲୋକଙ୍କୁ ସଚେତନ କରିଥଲେ। ବିଦ୍ୟାଳୟର ଅନ୍ୟ ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories