ଆଠଗଡ : ଆଠଗଡ ବ୍ଲକ ତଥା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁଷିଆ ପଞ୍ଚାୟତ ଅଧିନ ଗଜାଆମ୍ବ ଗ୍ରାମର ଜଣେ କୃଷକ ନିଜ ଚାଷଜମିକୁ ଟ୍ରେନ ଲାଇନ ଉପରେ ଚାଲି କରି ଯାଉଥିବାବେଳେ ସେଥିରୁ ଖସିପଡି ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଜାଆମ୍ବ ଗ୍ରାମର ଅଦ୍ୱୈତ ରାଉତ (୫୫) ସବୁଦିନ ପରି ବୁଧବାର ନିଜ ଚାଷଜମିକୁ ଟ୍ରେନ ଲାଇନ ଉପରେ ଚାଲି ଚାଲି ଯାଉଥିବାବେଳେ ଏକ ଟ୍ରେନ ଚାଲିଆସିବାରୁ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଓଭରବ୍ରିଜ୍ ଉପରୁ ତଳକୁ ଡେଇଁ ପଡି ଗୁରୁତର ଆହତ ହୋଇଥିଲେ। ମୃତ ଘୋଷଣା ପରେ ଖୁଣ୍ଟୁଣୀ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।
Popular Categories



