www.samajalive.in
Saturday, December 13, 2025
26.1 C
Bhubaneswar

ବିନା ସିମେଣ୍ଟରେ ନିର୍ମାଣ ହେଲା କଂକ୍ରିଟ ରାସ୍ତା, କିଟ୍‌ ଗବେଷକଙ୍କ ନୂଆ ଟେକ୍ନୋଲୋଜି

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି। ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ୟ୍ୟକାରୀ ହୋଇଛି। ଜୁନ୍‌ ପ୍ରଥମ ସପ୍ତାହରେ କଟକ ଜିଲା ଅମଣପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି ଟେକ୍ନୋଲୋଜିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି। ବିନା ସିମେଣ୍ଟରେ କେବଳ ଶିଳ୍ପ ବର୍ଜ୍ୟ ବ୍ୟବହାର କରି ପ୍ରଦୂଷଣମୁକ୍ତ କଂକ୍ରିଟ୍‌ ରାସ୍ତା ନିର୍ମାଣ କରାଯାଇଛି। ନିର୍ମାଣ କ୍ଷେତ୍ରରେ ଏହି ଟେକ୍ନୋଲୋଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କିଟ୍‌ର ଗବେଷକମାନେ ଦାବି କରିଛନ୍ତି। ସିମେଣ୍ଟ ଯୋଗୁଁ ବ୍ୟାପକ ବାୟୁ ପ୍ରଦୂଷଣ ହେଉଥିବା ସହ ଏଥିପାଇଁ ଅଧିକରୁ ଅଧିକ ପରିମାଣର ଚୂନ ପଥର ବ୍ୟବହାର ହୋଇଥାଏ। ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ ଚୂନପଥରର ଘୋର ଅଭାବ ଦେଖା ଦେବ ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ଫ୍ଲାଏ ଆସ୍‌କୁ କିପରି ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ସେ ନେଇ ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା କରି ଆସୁଥିଲେ। ସିମେଣ୍ଟର ବିକଳ୍ପ ଭାବେ ‘ଜିଓ ପଲିମର କଂକ୍ରିଟ୍‌’କୁ ନିର୍ମାଣରେ ବ୍ୟବହାର କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ ଏବଂ କିଟ୍‌ର ବୈଷୟିକ ଜ୍ଞାନ ସହଯୋଗରେ ଉପରୋକ୍ତ ରାସ୍ତା ନିର୍ମାଣ କରାଯାଇଛି। ସିମେଣ୍ଟବିହୀନ କଂକ୍ରିଟ୍‌ ରାସ୍ତା ନିର୍ମାଣ ସମୟରେ କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌-୧ର ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ବାରିକ, ପ୍ରଶାନ୍ତ ସାହୁ, ରାମାୟା ରଞ୍ଜନ ପଣ୍ଡା, ନୀଳମାଧବ ସାହୁ, ସାହେବ କୁମାର ସାହୁ, ସତ୍ୟଜିତ ଦଳେଇ, ପ୍ରଶାନ୍ତ ଶତପଥୀ, କିଟ୍‌ର ଆସୋସିଏଟ୍‌ ପ୍ରଫେସର ଦିଲିପ କୁମାର ବେରା, ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ରଥ ଏବଂ ସମାଜସେବୀ ଲଳିତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗବେଷକ ଜଗନ୍ନାଥ ପଟେଲ, ସୁବୋଧ ରାଉତରାୟ, ଅମରେନ୍ଦ୍ର ମହାପାତ୍ରଙ୍କ ସମେତ କିଟ୍‌ର ଏମଟେକ୍‌ ଏବଂ ପିଏଚ୍‌ଡି ସ୍କଲାର ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories