www.samajalive.in
Saturday, December 13, 2025
14.1 C
Bhubaneswar

ପାଣି ନ ପାଇ ୧୨ ଘଣ୍ଟା ରାସ୍ତା ଅବରୋଧ

ତୁଷୁରା: ଖର୍ଡ଼ା ଗ୍ରାମକୁ ଜଳଯୋଗାଣ ନ ହେବା ନେଇ ତୁଷୁରା ଏନଏସି ଅର୍ନ୍ତଗତ ଖର୍ଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପିଇବା ପାଣି ନପାଇ ୧୨ ଘଂଟା ଧରି ରାସ୍ତା ଅବରୋଧ କରି ସାତ ଦିନ ସମୟ ମାଗିବାରୁ ଧାରଣା ପ୍ରତ୍ୟାହୃତ କରିଛନ୍ତି। ପ୍ରକାଶ ଯେ ତୁଷୁରା ଏନଏସି ଅର୍ନ୍ତଗତ ଖର୍ଡ଼ା ୱାର୍ଡ଼ ଏନଏସିର ୨ ନମ୍ବର ୱାର୍ଡ଼। ଏହି ଖର୍ଡ଼ା ଗ୍ରାମ ନଦୀ କୂଳରେ ଅବସ୍ଥିତ। ଏହି ନଦୀରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ଖର୍ଡ଼ା ଓ ଲିଖିରିଆ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇ ଆସୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଯୋଗୁ ଜନସ୍ୱାସ୍ଥ୍ୟ ବିଭାଗ ଓ ଦୁଇ ଗାଓଁ ମଧ୍ୟରେ ଯୋଗାଣ ନେଇ ବିବାଦ ଦେଖା ଦେଇଥିଲା।

ତେବେ ଏନେଇ ସମାଧାନର ବାଟ ବାହାରି ପାରି ନଥିବାରୁ ଆଜି ବୁଧବାର ସକାଳ ୭ ଟାରୁ ଖର୍ଡ଼ା ଗ୍ରାମ ଛକରେ ତୁଷୁରା- ଲିଖିରିଆ ରାସ୍ତା ମଝିରେ ଗରା ବାଲଟି ରଖି ରାସ୍ତାକୁ ଅବରୋଧ କରିଥିଳେ। ପରେ ଜନସ୍ୱାସ୍ଥ୍ୟ ବିଭାଗ ଜେଇ ୭ ଦିନ ସମୟ ଦିଆଯାଉ ବୋଲି କହିବା ତଥା ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଟ୍ୟାଙ୍କରରେ ପାଣି ଦିଆଯିବା ପ୍ରତିଶୃତି ପରେ ସଂନ୍ଧ୍ୟା ୭ ଟାରେ ରାସ୍ତା ଅବରୋଧ ହଟିଥିଲା।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories