www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁରରେ ପୁଣି ଚାଷୀ ଆନ୍ଦୋଳନ; ବରେଇପାଲିରେ ଧାନଗାଡି ରଖି ରାସ୍ତାରୋକ

ସମ୍ବଲପୁର: ଟୋକନ ବ୍ୟବସ୍ଥା ଓ କଟନି ଛଟନିକୁ ନେଇ ପୁଣି ସମ୍ବଲପୁରରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ଚାଷୀମାନେ ବରେଇପାଲି ରାସ୍ତାରେ ଧାନଗାଡି ରଖି ରାସ୍ତାରୋକ କରିଛନ୍ତି। ଫଳରେ ବରଗଡ-ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ଯାହା ଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି।

ଚାଷୀଙ୍କ ଅଭିଯୋଗ ହେଲା, ମନ୍ତ୍ରୀ କହିଥିଲେ ଯେ ଅଭାବୀ ବିକ୍ରି ହେବ ନାହିଁ। ଟୋକନ ବ୍ୟବସ୍ଥା କରାଯାଇ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ। ଯେଉଁ ଚାଷୀ ଟୋକନ ପାଇ ନଥିବେ ସେମାନେ ଧାନ ନେଇ ଆସିଲେ, ଦୁଇ ଘଣ୍ଟା ମଧ୍ୟରେ ଟୋକନ ବ୍ୟବସ୍ଥା କରାଯାଇ ସେମାନଙ୍କ ଠାରୁ ଧାନ କିଣାଯିବ। କିନ୍ତୁ ଏହା ହେଉ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories