www.samajalive.in
Saturday, December 6, 2025
26.1 C
Bhubaneswar

ମୁଶରଫଙ୍କୁ ମୃତ୍ୟୁ ଦଣ୍ଡ, ପାକିସ୍ତାନ ଇତିହାସରେ ପ୍ରଥମ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ପାକିସ୍ତାନର ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି। ୨୦୦୭ରେ ମୁଶରଫ ସମ୍ବିଧାନର ଊର୍ଦ୍ଧ୍ଵକୁ ଯାଇ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏ ନେଇ ୨୦୧୩ରେ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସ୍ବତନ୍ତ୍ର କୋର୍ଟରେ ବିଚାରାଧୀନ ରହିଥିଲା। କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଭଳି ରାୟ ପାକିସ୍ତାନ ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାକିସ୍ତାନର ସ୍ବତନ୍ତ୍ର କୋର୍ଟ ୨୦୧୪ ମାର୍ଚ୍ଚ ୩୧ରେ ଏକ ଦେଶଦ୍ରୋହ ମାମଲାରେ ମୁଶରଫଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ମୁଶରଫ ପାକିସ୍ତାନ ଇତିହାସର ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କ ବିରୋଧରେ ସମ୍ବିଧାନର ଅବହେଳା ନେଇ ମାମଲା ଚାଲିଥିଲା। ଉଲ୍ଲେଖଯୋଗ୍ୟ, ୨୦୧୩ ନିର୍ବାଚନରେ ବିଜୟ ପରେ ପାକିସ୍ତାନ ମୁସଲିମ ଲିଗ୍‌ ସରକାର ଗଠନ କରିଥିଲା। ସରକାରକୁ ଆସିବା ପରେ ଜେନେରାଲ ପରଭେଜ ମୁଶରଫଙ୍କ ବିରୋଧରେ ଉକ୍ତ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ଅଭିଯୁକ୍ତ ମୁଶରଫ କେବଳ ଗୋଟିଏ ଥର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏହା ପରଠାରୁ ସେ କେବେହେଲେ କୋର୍ଟରେ ହାଜର ହୋଇନାହାନ୍ତି। ମାମଲାର ବିଚାର ଚାଲିଥିବାବେଳେ ୨୦୧୬ରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବିଦେଶ ଚାଲିଯାଇଥିଲେ। ତତ୍କାଳୀନ ସରକାର ଏଗ୍‌ଜିଟ୍‌ କଂଟ୍ରୋଲ ତାଲିକାରୁ ମୁଶରଫଙ୍କ ନାମକୁ ହଟାଇ ଦେଇଥିଲା, ଫଳରେ ଏହା ପରେ ତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ଅନୁମତି ମିଳିଯାଇଥିଲା। ସେବେଠାରୁ ମୁଶରଫ ଦୁବାଇରେ ରହୁଛନ୍ତି।

- Advertisement -

କିଛିଦିନ ତଳେ ମୁଶରଫ ଏକ ଭିଡିଓ  ଜାରି କରି ନିଜର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କହିଥିଲେ ଯେ, ତଦନ୍ତ ଆୟୋଗ ତାଙ୍କ ନିକଟକୁ ଯାଇ ତାଙ୍କ ସ୍ବାସ୍ଥ୍ୟର ସ୍ଥିତି ଦେଖନ୍ତୁ। ସମ୍ବିଧାନ ପ୍ରତି ଅବମାନନା ଏବଂ ଦେଶଦ୍ରୋହ ମାମଲାକୁ ନେଇ ସେ କହିଥିଲେ ଯେ, ତାଙ୍କ ବିଚାରରେ ଏହି ମାମଲା ସମ୍ପୂର୍ଣ୍ଣ ରୂପେ ନିରାଧାର। ମୁଁ ଦେଶର ବହୁତ ସେବା କରିଛି। ୧୦ବର୍ଷ ପର୍ଯ୍ୟନ୍ତ ସେବା କରିଛି ଏବଂ ଯୁଦ୍ଧ ଲଢ଼ିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories