ରାସ୍ତାରେ ଖେଳୁଥିବାବେଳେ ଚଢିଗଲା କାର୍, ହସ୍ପିଟାଲରେ ଶିଶୁ ମୃତ

ବିଳାସପୁର : ଘର ବାହାରେ ଖେଳୁଥିବା ବିଜେପି ନେତାଙ୍କ ପୁଅକୁ କାର୍ ଚଢାଇ ଦେଇ ଫେରାର ହୋଇଗଲା ଚାଳକ । ଗୁରୁତର ଅବସ୍ଥାରେ ବିଳାସପୁରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଚିକିତ୍ସା ସମୟରେ ଗୁରୁତର ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଛି । ଘଟଣାରେ ଅଭିଯୁକ୍ତ କାର ଚାଳକକୁ ଗିରଫ କରାଯାଇଛି ।

ବିଜେପି ନେତା ଧୀରଜ ସିଂହଦେବଙ୍କ ପୁଅ ଅମ୍ବିକାପୁରରେ ବସୁନ୍ଧରା କଲୋନୀରେ ରହୁଥିବା ନିଜ ପିଉସୀଙ୍କ ଘରକୁ ଆସିଥିଲା । ଘର ବାହାରେ ଖେଳୁଥିବା ସମୟରେ ଅଚାନକ ଏକ କାର ଆସି ଚଢାଇ ଦେଇ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଶିଶୁର ମୃତ୍ୟୁ ହୋଇଥିଲା । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାରେ ପୁଲିସ ଅଭିଯୁକ୍ତ କାର ଚାଳକକୁ ଗିରଫ କରିଛି ।

Comments are closed.