www.samajalive.in
Monday, December 8, 2025
14.1 C
Bhubaneswar

ଉତ୍ତରପ୍ରଦେଶରେ ମାୟାବତୀ-ଅଖିଲେଶଙ୍କୁ ଆରଜେଡିର ସମର୍ଥନ

ଲକ୍ଷେ୍ନø: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ମାୟାବତୀ-ଅଖିଳେଶଙ୍କ ମେଣ୍ଟକୁ ସମର୍ଥନ ଦେବ ଆରଜେଡି। ଆରଜେଡି ଉପସଭାପତି ତେଜସ୍ୱୀ ଯାଦବ ଆଜି ଉତ୍ତରପ୍ରଦେଶ ଗସ୍ତରେ ଆସି ମାୟାବତୀ ଓ ଅଖିଲେଶଙ୍କୁ ଭେଟିବା ପରେ ଅଖିଲେଶଙ୍କ ସହିତ ଏକ ମିିଳିତ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ଘୋଷଣା କରିଛନ୍ତି। ଏହି ମେଣ୍ଟ ଆଗାମୀ ଦିନରେ ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ତେଜସ୍ୱୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ଓ ବିହାରରୁ ବିଜେପି ମୂଳପୋଛ ହୋଇଯିବ। ଏବେ ଦେଶରେ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ବିଧାନର ମୂଲ୍ୟବୋଧ ହ୍ରାସ ପାଇଛି। ଆରଏସ୍‍ଏସ୍‍ର ଆଦର୍ଶ ଏମ ଏସ୍‍ ଗୋଲୱାକରଙ୍କ ପୁସ୍ତକ ‘ବଞ୍ଚ ଅଫ୍‍ ଥଟ୍‍ସ’କୁ ସମ୍ବିଧାନର ବିକଳ୍ପ ଭାବେ ବିଜେପି ବ୍ୟବହାର କରୁଛି।
୨୦୧୪ର ଫଳାଫଳ ପରେ ଆଞ୍ଚଳକ ଦଳ ଭିତରେ ମେଣ୍ଟ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱପ୍ନ ଥିଲା। ବିହାରରେ ଜେଡିୟୁ ସହିତ ଆରଜେଡି ମେଣ୍ଟ କରି ବିଜେପିକୁ ହରାଇ ପାରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜେଡିୟୁ ଆରଜେଡି ସହିତ ମେଣ୍ଟ ଭାଙ୍ଗି ବିଜେପି ସହିତ ବୁଝାମଣା କରିଥିଲା। ଆରଏସଏସ ଏଜେଣ୍ଡା ଓ ଦେଶ ସମ୍ମୁଖୀନ ହୋଇଥିବା ସଙ୍କଟ ବିରୋଧରେ ଏହି ମେଣ୍ଟ ଲଢ଼ିବ। କେନ୍ଦ୍ରରେ କିଏ ସରକାର ଗଠନ କରିବ ତାହା ଉତ୍ତରପ୍ରଦେଶ ଓ ବିହାରବାସୀ ନିଷ୍ପତ୍ତି ନେବେ। ବିହାରର ୪୦, ଉତ୍ତରପ୍ରଦେଶର ୮୦ ଓ ଛତିଶଗଡ଼ର ୧୪ଟି ଆସନରେ ବିଜେପି ଜିତିପାରିବ ନାହିଁ।
ସିବିଆଇ ସମ୍ପର୍କରେ ତେଜସ୍ୱୀ କହିଲେ ଯେ ସିବିଆଇ ଓ ଇଡି ଆଉ ଏବେ ସ୍ୱାଧୀନ ସଂସ୍ଥା ହୋଇ ନାହାନ୍ତି। ଲାଲୁ ପ୍ରସାଦ ଯାଦବଙ୍କୁ ମୋଦୀ ଭୟ କରୁଥିବାରୁ ତାଙ୍କୁ ଜେଲ୍‍ ପଠାଇ ଦିଆଯାଇଛି। କ୍ଷମତାକୁ ଆସିିବା ପୂର୍ବରୁ ମୋଦୀ ଦେଶବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ସେଥିମଧ୍ୟରୁ ଗୋଟିଏ ମଧ୍ୟ ପୂରଣ ହୋଇନାହିଁ। ବିହାରକୁ ସ୍ୱତନ୍ତ୍ର ପାହ୍ୟ ମାନ୍ୟତା ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇନାହିଁ। ଦେଶରେ ଭିଡ଼ ହିଂସା, କୃଷକ ଆତ୍ମହତ୍ୟା ପରି ଘଟଣା ବୃଦ୍ଧି ପାଇଛି। ଆମ ଦେଶର ଚୌକିଦାର ହିଁ ଦେଶକୁ ଠକିଛନ୍ତି।
ଏହାପରେ ଅଖିଲେଶ କହିଲେ ଯେ ନିଯୁକ୍ତି ସୁଯୋଗ ହ୍ରାସ ପାଇଛି। ବେପାର ବାଣିଜ୍ୟ ସ୍ଥାଣୁ ହୋଇଯାଇଛି। ବିଜେପି ସରକାରକୁ ହଟାଇବାକୁ ଲୋକେ ଚାହୁଁଛନ୍ତି। ଉତ୍ତରପ୍ରଦେଶରେ ବୁଲେଟ୍‍ ଟ୍ରେନ୍‍ ଚଳାଚଳ ପାଇଁ ମୋଦୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ତାହା ଅହମ୍ମଦାବାଦ୍‍ରୁ ମୁମ୍ବଇ ମଧ୍ୟରେ ଚଳାଇବା ପାଇଁ ଯୋଜନା ହେଉଛି। ମୋଦୀ ସମଗ୍ର ଦେଶବାସୀଙ୍କୁ ଠକିଛନ୍ତି। ଆରଜେଡିର ସମର୍ଥନ ପରେ ମେଣ୍ଟ ଆହୁରି ଶକ୍ତିଶାଳୀ ହେବ ବୋଲି ଅଖିଲେଶ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories