www.samajalive.in
Saturday, December 6, 2025
26.1 C
Bhubaneswar

ଶାକାହାରୀଙ୍କୁ ବଲିଉଡ଼ ଦମ୍ପତି ରୀତେଶ- ଜେନେଲିଆ ଦେବେ ମାଂସର ସ୍ବାଦ; ଆରମ୍ଭ କଲେ ନୂଆ ଷ୍ଟାର୍ଟଅପ୍

ମୁମ୍ବଇ: ମାଂସ, କିନ୍ତୁ ସାକାହାରୀ। ମାଂସର ସ୍ବାଦ ମିଳିବ, କିନ୍ତୁ ବିନା ମାଂସରେ। କଥାଟା ଅଡୁଆ ଲାଗୁଥିଲେ ବି ଖୁବ୍‌ଶୀଘ୍ର ବଜାରକୁ ଆସୁଛି ଏପରି ଶାକାହାରୀ ମାଂସ। ଯେଉଁମାନେ ନିରାମିଷାଶୀ ଏବଂ ଶାକାହାରୀ ସେମାନଙ୍କ ପାଇଁ ଏହା ବେଶ୍‌ ଉପଯୁକ୍ତ ହେବ। କିନ୍ତୁ ସବୁ ବର୍ଗର ବ୍ୟକ୍ତି ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିପାରିବେ। ଏହି ଶାକାହାରୀ ମାଂସକୁ ବଜାରକୁ ଆଣିବାକୁ ଯାଉଛନ୍ତି ବଲିଉଡ୍‌ ଦମ୍ପତି ରିତେଶ ଦେଶମୁଖ ଏବଂ ପତ୍ନୀ ଜେନେଲିଆ। ଏହି ଦମ୍ପତିଙ୍କ ନୂଆ ଷ୍ଟାର୍ଟଅପ୍‌ ‘ଇମାଜିନ୍‌ ମିଟ୍‌ସ’ ଏହି ଉତ୍ପାଦ ପ୍ରସ୍ତୁତ କରିବ। ନିକଟରେ ରିତେଶ ଏବଂ ଜେନେଲିଆ ସେମାନଙ୍କ ନୂଆ ଷ୍ଟାର୍ଟଅପ୍‌ର ଶୁଭାରମ୍ଭ କରି ଏ ନେଇ ଘୋଷଣା କରିଛନ୍ତି।

ଏହାକୁ ସାକାହାରୀ ଏଇଥିପାଇଁ କୁହାଯାଉଛି, କାରଣ ଏହି ମାଂସ କିଛି ଉଦ୍ଭିଦରୁ ପ୍ରସ୍ତୁତ ହେବ। କିନ୍ତୁ ସ୍ବାଦ ମାଂସ ଭଳି ରହିବ। ବିଭିନ୍ନ ଉଦ୍ଭିଦରୁ କମ୍ପାନୀ ସାକାହାରୀ ମାଂସ ସମେତ ନାନା ପ୍ରକାରର ଖାଦ୍ୟ ଉତ୍ପାଦ ଯେପରି କି ବିରିୟାନୀ, କବାବ୍‌ ଏବଂ ତରକାରୀ ପ୍ରସ୍ତୁତ କରିବ। ଏଥିଲାଗି ଇମାଜିନ୍‌ ମିଟ୍‌ସ କମ୍ପାନୀ ଗ୍ଲୋବାଲ ଇନ୍‌ଗ୍ରେଡିଏଣ୍ଟ୍‌ସ ନିର୍ମାତା ଆର୍ଚର ଡାନିଏଲସ୍‌ ମିଡ୍‌ଲାଣ୍ଡ(ଏଡିଏମ) ଏବଂ ନ୍ୟୁଟ୍ରିସନ ଇଣ୍ଡିଆ ସହିତ ପାର୍ଟନରଶିପ୍‌ କରିଛି। ଏହାଫଳରେ କମ୍ପାନୀ ସିଙ୍ଗାପୁର, ବର୍ଲିନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ନିଜର ଖାଦ୍ୟ ଉତ୍ପାଦ ବିକଶିତ କରିପାରିବ।

- Advertisement -

ପରିବେଶ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉ ନ ଥିବା ଏବଂ ବିନା ମାଂସର ସ୍ୱାଦ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଇମାଜିନ୍‌ ମିଟ୍‌ସ ପ୍ରଥମ ପସନ୍ଦ ହେଉ ବୋଲି ଆମେ ଚାହୁଁଥିବା ଇମାଜିନ୍‌ ମିଟ୍‌ସର ପ୍ରତିଷ୍ଠାତା ଜେନେଲିଆ ଦେଶମୁଖ କହିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories