www.samajalive.in
Saturday, December 6, 2025
19.1 C
Bhubaneswar

ବାହାଘର ହେଉନଥିଲା ବୋଲି ଯୁବକ କଲେ ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ : ଜୀବନରେ ବିବାହର ବିଶେଷ ମହତ୍ତ୍ୱ ରହିଛି। ସେହିଭଳି ଉପଯୁକ୍ତ ବୟସ ହେବା ପରେ ପୁଅ ପାଇଁ କନ୍ୟା ଓ ଝିଅ ପାଇଁ ବରପାତ୍ର ଖୋଜାଯାଏ। ପଡୋଶୀ ହେଉ କିମ୍ବା ମଧ୍ୟସ୍ତି କନ୍ୟା ଓ ବରପାତ୍ର ଖୋଜି ଥାଆନ୍ତି। ମାତ୍ର ଅନେକ ସମୟରେ ଦେଖାଯାଏ ଯୁବତୀ ହୁଅନ୍ତୁ ଅଥବା ଯୁବକ ବିବାହ ଠିକ୍‌‌ ହୋଇ ପାରି ନଥାଏ। ଏଭଳି ଅନେକ ଘଟଣା ରହିଛି। ମାତ୍ର ମଧ୍ୟପ୍ରଦେଶର ଦମୋହର ଜଣେ ବାସିନ୍ଦା ୩୦ ବର୍ଷୀୟ ଜଣେ ଯୁବକଙ୍କ ବିବାହ ଠିକ୍‌‌ ନହେବାରୁ ସେ ଏଭଳି ଏକ ଉପାୟ କଲେ, ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
ଏହି ଯୁବକଙ୍କ ନାମ ଦୀପେନ୍ଦ୍ର ରାଠୋର। ସେ ଇ-ରିକ୍ସା ଚଲାନ୍ତି। ତାଙ୍କ ବିବାହ ଠିକ୍‌‌ ହୋଇପାରୁ ନଥିବାରୁ ସେ ଏକ ଅଭିନବ ଉପାୟ ଆପଣାଇ ଥିବା ଦେଖାଯାଇଛି। ସେ ନିଜର ଇ-ରିକ୍ସାରେ ବଡ ବ୍ୟାନର ଲଗାଇଛନ୍ତି। ସେଥିରେ ନିଜ ସମ୍ପୂର୍ଣ୍ଣ ତଥ୍ୟ ସହ ଫଟୋ ମଧ୍ୟ ଲଗାଇଛନ୍ତି। ଏଥିରେ ନିଜର ଶିକ୍ଷା, ଉଚ୍ଚତା, ଭଳି ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି। ଏହି ଇ-ରିକ୍ସାକୁ ନେଇ ସେ ସହରର ସମସ୍ତ ସ୍ଥାନରେ ବୁଲନ୍ତି। ଯେଉଁଠାକୁ ରିକ୍ସା ନେଇ ଯାଆନ୍ତି, ଲୋକେ ବ୍ୟାନରକୁ ପଢନ୍ତି। ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, ତାଙ୍କୁ ୩୦ ବର୍ଷ। ବିବାହ ଠିକ୍‌‌ ହୋଇ ନପାରିବାରୁ ସେ ଏପରି କରିଛନ୍ତି ବୋଲି କହିଛନ୍ତି। ସେ ବ୍ୟାନରରେ ଏକ ବିଶେଷ କଥା ମଧ୍ୟ ଲେଖିଛନ୍ତି ଯେ, ବିବାହ ପାଇଁ ଜାତି ଓ ଧର୍ମର କୌଣସି ବନ୍ଧନ ନାହିଁ। ଯେକୌଣସି ଜାତି ଓ ଧର୍ମର ଯୁବତୀ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିପାରିବେ। ବର୍ତ୍ତମାନ ତାଙ୍କ ଘରକୁ ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଛି ବୋଲି ସେ କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories