www.samajalive.in
Saturday, December 6, 2025
26.1 C
Bhubaneswar

ଦୁନିଆର ୫ଟି ଅଜବ ରୋଗ: ପଚା ମାଛ ପରି ଦୁର୍ଗନ୍ଧ, କେବେ ବିଦେଶୀ ପରି କଥାବାର୍ତ୍ତା

ଡେସ୍କ: ଦୁନିଆରେ ବିଭିନ୍ନ ପ୍ରକାରର ରୋଗ ଅଛି। କିଛି ଅସାଧ୍ୟ ରୋଗ ଥିବାବେଳେ କେତେକ ପ୍ରାଣଘାତୀ ଏବଂ ଅନେକ ରୋଗ ଅଛି, ଯାହା ଚିକିତ୍ସା ଦ୍ବାରା ସହଜରେ ଭଲ ହୋଇଥାଏ। କିନ୍ତୁ କିଛି ଅଦ୍ଭୁତ ରୋଗ ମଧ୍ୟ ଅଛି। ଏଭଳି ବିଚିତ୍ର ରୋଗ ବିଷୟରେ ଜାଣିବା ପରେ ଲୋକେ ଚକିତ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କ ଏଭଳି ୫ଟି ରୋଗ ବିଷୟରେ କହିବୁ, ଯାହା ଦୁନିଆର ସୁବଠୁ ଅଦ୍ଭୁତ ରୋଗ।

ଏଲିସ ଇନ୍‌ ୱାଣ୍ଡରଲାଣ୍ଡ ସିଣ୍ଡ୍ରୋମ- ଏହା ଏକ ବିରଳ ସ୍ନାୟୁଗତ ସ୍ଥିତି। ଏହାଦ୍ବାରା ମଣିଷର ପଞ୍ଚ ଜ୍ଞାନେନ୍ଦ୍ରିୟ ପ୍ରଭାବିତ ହୁଏ। ମସ୍ତିଷ୍କର ଭାବିବା ଏବଂ ବୁଝିବା ଶକ୍ତି କିଛି ସମୟ ପାଇଁ ଚାଲିଯାଏ। ଏଥିରେ ପୀଡିତ ବ୍ୟକ୍ତିଙ୍କୁ ଭ୍ରମ ହେବାକୁ ଲାଗେ। ଏହାର କୌଣସି ଚିକିତ୍ସା ନାହିଁ।

- Advertisement -

ଫରେନ୍‌ ଆକ୍ସେଣ୍ଟ ସିଣ୍ଡ୍ରୋମ- ଜଣେ ଭାରତୀୟ ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱତନ୍ତ୍ର ତାଲିମ ନ ନେଲେ ଇଂରେଜମାନଙ୍କ ପରି ଉଚ୍ଚାରଣ କିମ୍ବା କଥା କହିବା ଶୈଳୀ ଆପଣାଇପାରିବେ ନାହିଁ। କିନ୍ତୁ ଫରେନ୍‌ ଆକ୍ସେଣ୍ଟ ସିଣ୍ଡ୍ରୋମରେ ପୀଡିତ ବ୍ୟକ୍ତି ତାଲିମ ବିନା ଏହା କରିପାରିବେ। ମସ୍ତିଷ୍କର ସ୍ପିଚ୍‌ ଅଂଶ ଆଘାତ ପ୍ରାପ୍ତ ହେଲେ ଏହି ସିଣ୍ଡ୍ରୋମ ହୋଇପାରେ। ଏହା ମଧ୍ୟ ଏକ ପ୍ରକାର ସ୍ନାୟୁଗତ ରୋଗ।

ପ୍ରୋଜେରିଆ ସିଣ୍ଡ୍ରୋମ- ଯଦି ଆପଣ ଅମିତାଭ ବଚ୍ଚନଙ୍କ ‘ପା’ ଚଳଚ୍ଚିତ୍ର ଦେଖିଥିବେ, ତେବେ ଆପଣ ଏହି ସିଣ୍ଡ୍ରୋମ ବିଷୟରେ ଜାଣିଥିବେ। ଏଥିରେ ପିଲାମାନେ ଶୀଘ୍ର ବୁଢା ପରି ଦେଖାଯାଆନ୍ତି। ଏପର୍ଯ୍ୟନ୍ତ ବହୁତ କମ୍ ଲୋକ ଏହି ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଏଥିରେ ହାଡ଼ ଦୁର୍ବଳ ହୋଇଯାଏ, କିଡ୍‌ନୀ ଖରାପ ହୋଇପାରେ, ଦୃଷ୍ଟିଶକ୍ତି କମିଯାଏ। ଏହାର କୌଣସି ଉପଚାର ନାହିଁ, କିନ୍ତୁ ଓଡିଟି ୱେବସାଇଟ୍ ଅନୁଯାୟୀ, ଏକ ନୂତନ ଔଷଧର ବ୍ୟବହାର ଦ୍ବାରା ମୃତ୍ୟୁ ପରିସ୍ଥିତିକୁ ଏଡ଼ାଯାଇପାରିବ ବୋଲି ଦାବି କରାଯାଇଛି।

ଫିସ୍‌ ଓଡର ସିଣ୍ଡ୍ରୋମ- ଯେତେବେଳେ ଆପଣ ମାଛ ବଜାରକୁ ଯାଆନ୍ତି କିମ୍ବା ସେ ବାଟ ଦେଇ ଯାଆନ୍ତି, ସେତେବେଳେ ସେଠାକାର ଦୁର୍ଗନ୍ଧ କାରଣରୁ ଆପଣ ନିଶ୍ଚିତ ଭାବରେ ନିଜ ନାକ ବନ୍ଦ କରି ଦେଉଥିବେ। ଯାହାକୁ ଏହି ରୋଗ ହୋଇଯାଏ, ସେମାନଙ୍କଠାରେ ଏହି ସମସ୍ୟା ଦେଖାଦିଏ। ସେମାନଙ୍କଠାରୁ ସବୁବେଳେ ପଚା ମାଛ ପରି ଦୁର୍ଗନ୍ଧ ଆସିଥାଏ। ଏହାର ମଧ୍ୟ କୌଣସି ଚିକିତ୍ସା ନାହିଁ, କିନ୍ତୁ ଖାଇବା ପିଇବାରେ ପରିବର୍ତ୍ତନ, ସାବୁନ ଓ ଲୋସନ ବ୍ୟବହାର କରି ଏହାର ପ୍ରଭାବ କିଛି ମାତ୍ରରେ କମ୍‌ କରାଯାଇପାରିବ।

ପାଣିରେ ଆଲର୍ଜି- ମଣିଷ ଶରୀରରେ ୬୦ ପ୍ରତିଶତ ଜଳ ଥାଏ। କିନ୍ତୁ ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ପାଣିରେ ଆଲର୍ଜି ଥାଏ। ପାଣି ସଂସ୍ପର୍ଶରେ ଆସିବା ଦ୍ବାରା ସେମାନଙ୍କ ଶରୀର କୁଣ୍ଡାଇ ହେବା ସହ ଦାଗ ହୋଇଯାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ପ୍ରାୟତଃ ଗାଧୋଇ ପାରନ୍ତି ନାହିଁ। କାରଣ ତାଙ୍କ ଆଲର୍ଜି ବଢିଯାଏ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories