www.samajalive.in
Saturday, December 6, 2025
26.1 C
Bhubaneswar

ବରଫରେ ପୁଦିନା,ଲଙ୍କା ଚିନି ପକାଇ ଖାଉଛନ୍ତି ଲୋକେ ; ଭିଡିଓ ଭାଇରାଲ୍‌‌..

ଶିମଲା: ବିଭିନ୍ନ ରାଜ୍ୟର ନିଜର ସ୍ୱତନ୍ତ୍ର ଖାଦ୍ୟ ରହିଛି। ମାତ୍ର ଗତ କିଛି ଦିନ ଧରି ହିମାଚଳପ୍ରଦେଶରେ ବରଫ ଖାଦ୍ୟର ଏକ ଭିଡିଓ ବେଶ ଭାଇରାଲ ହେଉଛି। ଏଥିରେ ଜିରା, ଧନିଆ, ହଳଦି ସହ ରାଗୁଆ ପୁଦିନା ଚଟଣି ଓ ଲଙ୍କା ଗୁଣ୍ଡ ମଧ୍ୟ ମିଶାଯାଉଛି। ଯାହା ସ୍ୱାଦକୁ ଦ୍ୱିଗୁଣିତ କରିଥାଏ।


ସୋସିଆଲ ମିିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଖାଦ୍ୟ ଜିନିଷ ଭାଇରାଲ ହୋଇଥାଏ। ବର୍ତ୍ତମାନ ହିମାଚଳ ପ୍ରଦେଶରେ ବରଫରେ ପ୍ରସ୍ତୁତ ଭିନ୍ନ ଭିନ୍ନ ଖାଦ୍ୟକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।
ଏହି ଭିଡିଓରେ ଆପଣ ଦେଖିପାରିବେ, ଏକ ବଡ ଥାଳିରେ ଏକ ବଡ ବରଫ ଖଣ୍ଡକୁ ଗୁଣ୍ଡ କରାଯାଉଛି। ଏହାପରେ ଏଥିରେ ପୁଦିନା ଚଟଣି,ଲଙ୍କା ଗୁଣ୍ଡ, ଚିନି ଓ ଲୁଣ ମିଶାଯାଉଛି। ଛୋଟ ପାତ୍ରରେ ଏହାକୁ ନେଇ ଚାମଚ ଦ୍ୱାରା ଖିଆଯାଉଛି। ୬ ଦିନ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓ ଖୁବ୍‌‌ ଜୋରରେ ଭାଇରାଲ୍‌‌ ହେଉଛି। ଏଯାଏଁ ୮୦ ହଜାରରୁ ଅଧିକ ଲୋକେ ଏହାକୁ ଲାଇକ୍‌‌ କରି ସାରିଲେଣି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories