ଟ୍ରେନରେ ମିଳିବ ଆପଣଙ୍କ ମନ ପସନ୍ଦର ଖାଦ୍ୟ
ଆଇଆରସିଟିସି-ସ୍ୱିଗି ମଧ୍ୟରେ ବୁଝାମଣା
ନୂଆଦିଲ୍ଲୀ: ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ମନ ପସନ୍ଦର ଖାଦ୍ୟ ମିଳିବା ମୁସକିଲ ହୋଇଥାଏ । ହେଲେ ଏବେ ଟ୍ରେନରେ ଯାତ୍ରା କରିବା ବେଳେ ଆପଣ ପ୍ରିୟ ଖାଦ୍ୟ ଅର୍ଡର କରି ଖାଇପାରିବେ । କାରଣ ଆଇଆରସିଟିସି ପକ୍ଷରୁ ସ୍ୱିଗି ସହ ବୁଝାମଣା ହୋଇଛି । ଯାହାଫଳରେ ଏଣିକି ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀଙ୍କ ଦ୍ୱାରା ବୁକ୍ ହେଉଥିବା ପ୍ରି-ଅର୍ଡର ଖାଦ୍ୟ ବିତରଣରେ ସ୍ୱିଗି ମଧ୍ୟ ଯୋଡି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ ହେବ । ୪ଟି ଷ୍ଟେସନ ହେଉଛି ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ୍ । ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ବିତରଣ ସଫଳ ହେବା ପରେ ଏହି ସେବାଗୁଡିକ ଅନ୍ୟ ଷ୍ଟେସନରେ ମଧ୍ୟ ଉପଲବ୍ଧ କରାଯିବ ।
Comments are closed.