www.samajalive.in
Saturday, December 6, 2025
16.1 C
Bhubaneswar

୨୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାରେ ଆରଏଫ ଏଚପିସି ଖେଳାଳିଙ୍କ ୩ ପଦକ ଓ ୧୧ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ୮ ଜଣ କ୍ରୀଡାବିତ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଦୌଡକୁଦ ଚମ୍ପିଆନସିପ୍ ରେ ମୋଟ ୧୧ଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (ପିବି) ସମୟ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ମହମ୍ମଦ ଆଲାମଗିର ହୋସେନ ୪୦୦ ମିଟର, ମୌମିତା ମଣ୍ଡଳ ୧୦୦ ମିଟର ହର୍ଡଲସ ଏବଂ ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା ସହିତ ଏଚପିସିର କ୍ରୀଡାବିତଙ୍କ ପାଇଁ ଏହ ସିଜନକୁ ସ୍ମରଣୀୟ କରିିଛନ୍ତି । ଏହି ପ୍ରତିଯୋଗିତା ପୂର୍ବରୁ ୱାରାଙ୍ଗଲରେ ଓପନ ନ୍ୟାସନାଲ୍ସରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଅମ୍ଳାନ ବୋର୍ଗୋହେନ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ବିଜେତା ହୋଇଥିଲେ । ଏଥିସହିତ ସେ ଏହି ଦୁଇ ବିଭାଗରେ ଯଥାକ୍ରମେ ୨୦.୭୫ ସେକେଣ୍ଡ ଓ ୧୦.୩୪ ସେକେଣ୍ଡର ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ରେକର୍ଡ ହାସଲ କରିଥିଲେ ।

ନୂଆଦିଲ୍ଲୀରେ ଏଚପିସି କ୍ରୀଡାବିତଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିଅରଙ୍କର କହିଛନ୍ତି, କ୍ରୀଡାବିତମାନେ ଯେଭଳି ଅତ୍ୟନ୍ତ ଭଲ ଭାବରେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ପ୍ରଦର୍ଶନକାଳୀନ ଚାପ ସତ୍ୱେ ନିଜକୁ ସ୍ଥିର ଓ ଶାନ୍ତ ରଖିଥିଲେ ତାହା ତାଙ୍କୁ ପ୍ରଭାବିତ କରିଛି । ଦୌଡକୁଦ ହେଉଛି ଠିକଣା ସମୟରେ ସଠିକ ପ୍ରଦର୍ଶନ ଏବଂ ସେମାନଙ୍କ ପାଇଁ ଶୀର୍ଷକୁ ଯିବା ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ମଧ୍ୟ ତାଙ୍କ ପାଇଁ ଆନନ୍ଦଦାୟକ ହୋଇଛି । ପଦକ ବିଜେତାଙ୍କ ମଧ୍ୟରେ ହୋସେନ ପ୍ରତିଯୋଗିତାରେ ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିଥିଲେ । ହିଟ୍ସରେ ୪୮.୧୩ ସେକେଣ୍ଡରୁ ଆରମ୍ଭ କରି ସେ ସେମିଫାଇନାଲରେ ୪୭.୫୭ ସେକେଣ୍ଡ୍ ଏବଂ ଫାଇନାଲରେ ୪୭.୨୦ ସେକେଣ୍ଡ୍ ହାସଲ କରି କ୍ରମାଗତ ଭାବରେ ତିନିଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସ୍ୱାଧୀନ ମାଝି ୨.୦୮ ମିଟର ଲମ୍ଫ ପ୍ରଦାନ କରି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା କେବଳ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନଥିଲା, ବରଂ ଓଡ଼ିଶା ପାଇଁ ଏହା ଏକ ନୂଆ ରାଜ୍ୟ ରେକର୍ଡ ମଧ୍ୟ ସୃଷ୍ଟି କରିଛି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories