www.samajalive.in
Monday, December 15, 2025
14.1 C
Bhubaneswar

ନିଶାରେ ଥାଇ ବିମାନ ଯାତ୍ରା କରୁଥିଲେ ୨ ଯୁବତୀ, ଜର୍ଜିଆ ବଦଳରେ ପହଞ୍ଚିଗଲେ ଭାରତରେ, ତା’ପରେ ଯାହା ହେଲା…ଦେଖନ୍ତୁ ଭିଡିଓରେ

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ନିଶା ସେବନ କରନ୍ତି। କିନ୍ତୁ କେତେବେଳେ ନିଶା ସେବନ କରିବା ଉଚିତ ଆଉ କେତେବେଳେ ନ କରିବା ଉଚିତ ତାହା ସେମାନେ ଚିନ୍ତା କରନ୍ତି ନାହିଁ। ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ ମଦ୍ୟପାନ କରିଦିଅନ୍ତି। କିନ୍ତୁ ତାହାର ପରିଣାମ କ’ଣ ହୁଏ ତାହା ହୋସ ଆସିଲା ପରେ ଜଣାପଡ଼େ। ଏମିତି କିଛି ହୋଇଛି ଆମେରିକାର ୨ ଜଣ ଯୁବତୀଙ୍କ ସହିତ।

ଯୁବତୀ ଦୁଇ ଜଣ ବିମାନ ଯାତ୍ରା ପୂର୍ବରୁ ମନ ଖୁସି କରି ମଦ୍ୟପାନ କଲେ। ନିଶାରେ ଥାଇ ଜର୍ଜିଆ ଯିବାକୁ ବିମାନ ଟିକେଟ କାଟିଲେ। ପରେ ବିମାନରେ ଯାତ୍ରା ବି କଲେ। ହେଲେ ଶେଷରେ ପହଞ୍ଚିଲେ ଭାରତରେ। ବିମାନଟି ଯେତେବେଳେ ଅବତରଣ କଲା ତାହାର ଠିକ ପୂର୍ବରୁ ବିମାନ କର୍ମଚାରୀଙ୍କ ପକ୍ଷରୁ ହିନ୍ଦୀ ଭାଷାରେ କିଛି ଘୋଷଣା କରାଗଲା। ବିଦେଶୀ ଯୁବତୀ ଦ୍ଵୟ ଭାଷା ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇପଡ଼ିଲେ। ଜର୍ଜିଆରେ ଏପରି ଭାଷା ଶୁଣି ସେମାନେ ବିଚଳିତ ହୋଇ ପରସ୍ପରଙ୍କୁ ଚାହିଁଲେ। ଶେଷରେ ସେମାନେ କେଉଁଠାରେ ପହଞ୍ଚିଛନ୍ତି ତାହା ଜାଣିବାକୁ ଚେଷ୍ଟା କଲେ।

 

View this post on Instagram

 

A post shared by NINI ★ (@stellaniniii)

- Advertisement -


ପରିଶେଷରେ ସେମାନେ ବୁଝିଲେ ଯେ ଜର୍ଜିଆ ନୁହେଁ, ବରଂ ଭାରତରେ ଆସି ପହଞ୍ଚିଛନ୍ତି। ଏହା ଜାଣିବା ପରେ ଉଭୟଙ୍କ ହୋସ୍‌ ଉଡ଼ିଯାଇଥିଲା। ସେମାନଙ୍କ ପ୍ରତିକ୍ରିୟା ବି ବେଶ୍‌ ସୁନ୍ଦର ଥିଲା। ଭାରତରେ ବିମାନଟି ଅବତରଣ କରିବାକୁ ଯାଉଥିବା ଜାଣିବା ପରେ ଜଣେ ଯୁବତୀ ନିଜ ପ୍ରତିକ୍ରିୟାର ଏକ ଭିଡିଓ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି। ଲୋକମାନେ ବି ନାନା ପ୍ରକାର ମନ୍ତବ୍ୟ ଦେଇଛନ୍ତି। ଭିଡିଓଟି ୪ଦିନ ତଳେ ଷ୍ଟେଲାନିନି ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories