www.samajalive.in
Friday, December 5, 2025
20.1 C
Bhubaneswar

ନିଶାରେ ଥାଇ ବିମାନ ଯାତ୍ରା କରୁଥିଲେ ୨ ଯୁବତୀ, ଜର୍ଜିଆ ବଦଳରେ ପହଞ୍ଚିଗଲେ ଭାରତରେ, ତା’ପରେ ଯାହା ହେଲା…ଦେଖନ୍ତୁ ଭିଡିଓରେ

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ନିଶା ସେବନ କରନ୍ତି। କିନ୍ତୁ କେତେବେଳେ ନିଶା ସେବନ କରିବା ଉଚିତ ଆଉ କେତେବେଳେ ନ କରିବା ଉଚିତ ତାହା ସେମାନେ ଚିନ୍ତା କରନ୍ତି ନାହିଁ। ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ ମଦ୍ୟପାନ କରିଦିଅନ୍ତି। କିନ୍ତୁ ତାହାର ପରିଣାମ କ’ଣ ହୁଏ ତାହା ହୋସ ଆସିଲା ପରେ ଜଣାପଡ଼େ। ଏମିତି କିଛି ହୋଇଛି ଆମେରିକାର ୨ ଜଣ ଯୁବତୀଙ୍କ ସହିତ।

ଯୁବତୀ ଦୁଇ ଜଣ ବିମାନ ଯାତ୍ରା ପୂର୍ବରୁ ମନ ଖୁସି କରି ମଦ୍ୟପାନ କଲେ। ନିଶାରେ ଥାଇ ଜର୍ଜିଆ ଯିବାକୁ ବିମାନ ଟିକେଟ କାଟିଲେ। ପରେ ବିମାନରେ ଯାତ୍ରା ବି କଲେ। ହେଲେ ଶେଷରେ ପହଞ୍ଚିଲେ ଭାରତରେ। ବିମାନଟି ଯେତେବେଳେ ଅବତରଣ କଲା ତାହାର ଠିକ ପୂର୍ବରୁ ବିମାନ କର୍ମଚାରୀଙ୍କ ପକ୍ଷରୁ ହିନ୍ଦୀ ଭାଷାରେ କିଛି ଘୋଷଣା କରାଗଲା। ବିଦେଶୀ ଯୁବତୀ ଦ୍ଵୟ ଭାଷା ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇପଡ଼ିଲେ। ଜର୍ଜିଆରେ ଏପରି ଭାଷା ଶୁଣି ସେମାନେ ବିଚଳିତ ହୋଇ ପରସ୍ପରଙ୍କୁ ଚାହିଁଲେ। ଶେଷରେ ସେମାନେ କେଉଁଠାରେ ପହଞ୍ଚିଛନ୍ତି ତାହା ଜାଣିବାକୁ ଚେଷ୍ଟା କଲେ।

 

View this post on Instagram

 

A post shared by NINI ★ (@stellaniniii)

- Advertisement -


ପରିଶେଷରେ ସେମାନେ ବୁଝିଲେ ଯେ ଜର୍ଜିଆ ନୁହେଁ, ବରଂ ଭାରତରେ ଆସି ପହଞ୍ଚିଛନ୍ତି। ଏହା ଜାଣିବା ପରେ ଉଭୟଙ୍କ ହୋସ୍‌ ଉଡ଼ିଯାଇଥିଲା। ସେମାନଙ୍କ ପ୍ରତିକ୍ରିୟା ବି ବେଶ୍‌ ସୁନ୍ଦର ଥିଲା। ଭାରତରେ ବିମାନଟି ଅବତରଣ କରିବାକୁ ଯାଉଥିବା ଜାଣିବା ପରେ ଜଣେ ଯୁବତୀ ନିଜ ପ୍ରତିକ୍ରିୟାର ଏକ ଭିଡିଓ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି। ଲୋକମାନେ ବି ନାନା ପ୍ରକାର ମନ୍ତବ୍ୟ ଦେଇଛନ୍ତି। ଭିଡିଓଟି ୪ଦିନ ତଳେ ଷ୍ଟେଲାନିନି ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories