www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତୀୟଙ୍କୁ ଏବେ ନ୍ୟୁଜିଲାଣ୍ଡରେ ପ୍ରବେଶ ମନା : କୋଭିଡ ସଂକ୍ରମଣ ବୃଦ୍ଧିପରେ ଲାଗିଲା କଟକଣା

ୱେଲିଂଟନ: ଭାରତରେ କୋଭିଡ-୧୯ ସଂକ୍ରମଣ ପୁନଃ ଦ୍ରୁତଗତିରେ ବୃଦ୍ଧିପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ନ୍ୟୁଜିଲାଣ୍ଡକୁ ଭାରତୀୟମାନଙ୍କ ଗସ୍ତ ଉପରେ କଟକଣା ଲାଗୁ କରାଯାଇଛି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନ ଗୁରୁବାର ଏହି ସାମୟିକ କଟକଣା ଲାଗୁ କରିଛନ୍ତି। ତାଙ୍କଦ୍ୱାରା ଜାରି ଆଦେଶ ମୁତାବକ ଭାରତରୁ କେହି ଏବେ ନ୍ୟୁଜିଲାଣ୍ଡକୁ ଆସିପାରିବେ ନାହିଁ। ଏପରିକି ଭାରତରେ ରହୁଥିବା ନ୍ୟୁଜିଲାଣ୍ଡର ନାଗରିକଙ୍କ ସ୍ୱଦେଶ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଏହି କଟକଣା ଚଳିତ ମାସ ୧୧ ତାରିଖ ସ୍ଥାନୀୟ ସମୟ ୪ଟାରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories