www.samajalive.in
Saturday, December 13, 2025
26.1 C
Bhubaneswar

କରୋନା କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ

ବାଙ୍କୀ: ଗୁରୁବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା କଟକଣାରେ ଚଳିତବର୍ଷ ନିରାଡମ୍ବର ଭାବରେ ଏହି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକର ଆଲୋଚନା କ୍ରମରେ ଜାନୁଆରୀ ୨୬ ତାରିଖ ସକାଳ ୮.୪୫ ମିନିଟ ସମୟରେ ସ୍ଥାନୀୟ କଚେରୀ ପଡିଆ ଠାରେ ଆନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରାଯିବ।

 

- Advertisement -

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରାତଃ ୪.୩୦ ମିନିଟରେ ବାଙ୍କୀ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପ୍ରଚାର କରାଯିବ। ସକାଳ ୭ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ୭,୩୦ ମିନିଟ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନିରାଡମ୍ବର ଭାବରେ ପତାକା ଉତ୍ତୋଳନ କରାଯିବ। କଚେରୀ ପଡିଆ ଠାରେ ବାଙ୍କୀ ଉପଜିଲ୍ଲାପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ସମୟରେ ପୋଲିସ ବାହିନୀ ଦ୍ୱାରା ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁରୂପ ଭାବରେ ମଧ୍ୟ କୋଭିଡ ସମୟରେ ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ସଫେଇ କର୍ମୀ ଓ ପୁଲିସ କର୍ମଚାରୀ ମାନଙ୍କୁ କୋଭିଡ ଯୋଦ୍ଧା ବିବେଚିତ କରି ସମ୍ମାନିତ କରାଯିବା ପାଇଁ ଆଲୋଚନା କରାଯାଇଛି। ବୈଠକରେ ତହସିଲଦାର ସତ୍ୟରଂଜନ ପଣ୍ଡା, ବାଙ୍କୀ ଉପଖଣ୍ଡ ଉପକାରାଗାର ଅଧିକ୍ଷକ ଅଶୋକ କୁମାର ବେହେରା, ଉପଖଣ୍ଡ ଚିକିତ୍ସାଳୟ ପରିଚାଳକ ଶଶିକାନ୍ତ ମିଶ୍ର ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳିଚରଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories