www.samajalive.in
Friday, December 5, 2025
20.1 C
Bhubaneswar

ଗଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି

 

ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗ ଦେବେ । ଆସନ୍ତା ମଙ୍ଗଳବାର ଦିନ ଲୋୟର ପିଏମଜିର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ।

- Advertisement -

ସେହିପରି ବିଭିନ୍ନ ଜିଲାସ୍ତରରେ ସାଧାରଣତନ୍ତ୍ର ଦିବସରେ ଅତିଥି ହେବା ନିମନ୍ତେ  ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ନାମ ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ,  ବିକ୍ରମ କେଶରୀ ଆରୁଖ ପୁରୀ, ପ୍ରଫୁଲ୍ଲ ମଲ୍ଲିକ ଅନୁଗୋଳ, ରଣେନ୍ଦ୍ର ପ୍ରତାପ ସ୍ବାଇଁ କଳାହାଣ୍ଡି, ପଦ୍ମନାଭ ବେହେରା ଗଞ୍ଜାମ, ପ୍ରତାପ ଜେନା ବାଲେଶ୍ବର, ଅରୁଣ ସାହୁ ରାୟଗଡ଼ା, ସୁଦାମ ମାରାଣ୍ଡି କନ୍ଧମାଳ, ସୁଶାନ୍ତ ସିଂହ ମୟୂରଭଞ୍ଜ, ନବକିଶୋର ଦାସ ବରଗଡ଼, ଟୁକୁନି ସାହୁ ସମ୍ବଲପୁର, ଜଗନ୍ନାଥ ସାରକା ନୟାଗଡ଼, ଦିବ୍ୟଶଙ୍କର ମିଶ୍ର କେନ୍ଦୁଝରରେ ପତାକା ଉତ୍ତୋଳନ କରିବେ ।

ଅନୁରୂପ ଭାବରେ ଅଶୋକ ପଣ୍ଡା ଯାଜପୁର, ସମୀର ରଞ୍ଜନ ଦାସ ବଲାଙ୍ଗିର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୁନ୍ଦରଗଡ଼, ପ୍ରେମାନନ୍ଦ ନାୟକ କୋରାପୁଟ, ରଘୁନନ୍ଦନ ଦାସ ନବରଙ୍ଗପୁର, ପଦ୍ମିନୀ ଦିଆନ ଗଜପତି, ତୁଷାରକାନ୍ତି ବେହେରା ମାଲକାନଗିରିରେ ଜିଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ବ୍ରହ୍ମପୁର, ରାଉରକେଲା ଓ ଖୋର୍ଧାରେ ରାଜସ୍ବ ଡ଼ିଭିଜନ କମିଶନରମାନେ ପତାକା ଉତ୍ତୋଳନ କରିବେ । ସେହିପରି ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ସୋନପୁରରେ ସ୍ଥାନୀୟ ଜିଲାପାଳମାନେ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories