www.samajalive.in
Monday, December 8, 2025
13.1 C
Bhubaneswar

‘କୃତ୍ରିମ ହୁସିଆର୍ ବ୍ୟବହାର ଦ୍ଵାରା ସମାଜର ଅନେକ ସମସ୍ୟା ଦୂର ହୋଇ ପାରିବ’

ନବରଙ୍ଗପୁର:  ନୂତନ ଜ୍ଞାନ କୌଶଳର ବ୍ୟବହାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କୃତ୍ରିମ ହୁସିଆର୍ ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସି ର ବ୍ୟବହାର ଅଧିକ ମାତ୍ରାରେ ବୃଦ୍ଧି ପାଇଛି ବୋଲି ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଅରୁଣ କୁମାର ପୂଜାରୀ ମତବ୍ୟକ୍ତ କରିଛନ୍ତି । ‘ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ୨୧ ତମ ଅଧ୍ୟାୟରେ ଯୋଗ ଦେଇ  କୃଷି, ସ୍ବାସ୍ଥ୍ୟ,ଟେଲି ଯୋଗାଯୋଗ, ମହାକାଶ ଯାନ ପ୍ରେରଣ ସାଙ୍ଗକୁ ରେଳ ଟିକେଟ ଓ ଇଣ୍ଟରନେଟ ଆଦି ରେ ଭାରତ ଏବଂ ବିଭିନ୍ନ ଦେଶରେ ଏ.ଆଇ ର‌ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରଫେସର ପୂଜାରୀ କହିଛନ୍ତି । ବିଦ୍ୟାର୍ଥୀ ମାନେ ସାମ୍ପ୍ରତିକ ପରିସ୍ଥିତି କୁ ଲକ୍ଷ୍ୟ କରି ଏହି ପାଠ୍ୟକ୍ରମରେ ଯୋଗ ଦେଇ ପାରିବେ ବୋଲି ପ୍ରକାଶ କରିଛନ୍ତି । ହାଇଦ୍ରାବାଦ ସ୍ଥିତ ଇଣ୍ଟରନେସନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ର ଡିନ୍ ପ୍ରଫେସର ସିଭି ଜବାହାର ଯୋଗ ଦେଇ ବ୍ୟାଙ୍କ, ପାଣିପାଗ ଓ ଇ-ଗଭର୍ନାନ୍ସ କ୍ଷେତ୍ରରେ ଏ.ଆଇ ର ବ୍ୟବହାର ବୃଦ୍ଧି ପାଇଛି । ଏହାଛଡା ଏ.ଆଇ ସମାଜର ଅନେକ ସମସ୍ୟା, ସମାଧାନ କରାଯାଇ ପାରିବ ବୋଲି ପ୍ରଫେସର ଜବାହାର ମତବ୍ୟକ୍ତ କରିଛନ୍ତି । ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ଯୋଗ ଦେଇ କୃତ୍ରିମ ହୁସିଆର ଦ୍ଵାରା ମାନବ ସମାଜର କାର୍ଯ୍ୟଧାରା କୁ ଅଧିକ ସମ୍ପାଦିତ କରି ପାରିଛି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ର ବିଭିନ୍ନ ପ୍ରଦେଶରୁ ବିଦ୍ୟାର୍ଥୀ ସହ ଦୁବାଇରୁ ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।

 

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories