www.samajalive.in
Friday, December 12, 2025
15.1 C
Bhubaneswar

୯ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ

ଭୁବନେଶ୍ବର :  ରାଜ୍ୟର ୯ଟି ବୁଥରେ ଗୁରୁବାର ଶାନ୍ତି ଶୃଙ୍ଖଳାର ସହିତ ସାନି ମତଦାନ ସମ୍ପନ୍ନ ହୋଇଛି । ମୋଟାମୋଟି ଭାବେ ୭୩.୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।

ଗତ ୧୮ ତାରିଖରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କେତେକ ବୁଥରେ  ଇଭିଏମ୍‍ ଓ ଭିଭିପାଟରେ  ତ୍ରୁଟି ଏବଂ ବୁଥ୍‍ ରିଗିଙ୍ଗ୍‍ ଅଭିଯୋଗ ଆସିବା ପରେ ଏହିସବୁ ସ୍ଥାନରେ ସାନି ମତଦାନ ହୋଇଛି।
ବରଗଡ଼  ଲୋକସଭା ଆସନର ୪ଟି ବୁଥରେ ଆଜି ସାନି ମତଦାନ ହୋଇଛି । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୬ ନମ୍ବର ଡ଼ଭା,
ଅତାବିରା ନିର୍ବାଚନ ମଣ୍ଡଳୀର ୨୩୫ ନମ୍ବର ଅରେଇଗୁଡ଼ି ଏବଂ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୬୮ ନମ୍ବର ଶକ୍ତିନଗର ବୁଥରେ
ମତଦାନ  ହୋଇଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ୨୫୪ ନମ୍ବର
ଚାରମାଲ ବୁଥ୍‍ରେ ମଧ୍ୟ ଆଜି ପୁନଃ ମତଦାନ ହୋଇଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ବୁଥରେ  ଆଜି ପୁଣି ମତଦାନ ହୋଇଛି। ବଣେଇ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
କେନ୍ଦ୍ରିକେଲା ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚବିଦ୍ୟାଳୟରେ ଥିବା ବୁଥ୍‍ ନମ୍ବର ୧୨୯ ଏବଂ ସୁନ୍ଦରଗଡ଼ ସଂରକ୍ଷିତ ବିଧାନସଭା ନିର୍ବାଚନ୍‍ ମଣ୍ଡଳୀ ଅନ୍ତର୍ଗତ ରଙ୍ଗାଢ଼ିପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ୨୧୩ ନମ୍ବର ବୁଥରେ ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ହୋଇଛି।

- Advertisement -

ଅନ୍ୟପକ୍ଷରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୨୧୦ ନମ୍ବର ବାହାଡ଼ଝୋଲା
ଏକନମ୍ବର ବୁଥ୍‍ ଏବଂ ୨୨୨ ନମ୍ବର ବେତନଟୀ ବୁଥରେ ଆଜି ସାନିମତଦାନ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ବିଧାନସଭା କ୍ଷେତ୍ରରେ ରେଣ୍ଟି ଗାଁର ୧୮୨ ନମ୍ବର ବୁଥରେ  ଆଜି ସାନି ମତଦାନ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories