ଭୋପାଳ : ମଧ୍ୟପ୍ରଦେଶର ବିଜେପି ନେତ୍ରୀ ଫତିମା ରସୁଲ ସିଦ୍ଧିକି ଭୋପାଳ ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ପାଇଁ ମନା କରିଦେଇଛନ୍ତି। ସାମ୍ପ୍ରଦାୟିକ ଓ ବିବାଦୀୟ ବୟାନ ପାଇଁ ଫତିମା ପ୍ରଜ୍ଞା ସିଂହ ଠାକୁରଙ୍କ ପ୍ରଚାର କରିବାକୁ ମନା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଫତିମା ଏକ ମାତ୍ର ମୁସଲମାନ ପ୍ରାର୍ଥୀ ରହିଥିଲେ। ଫତିମା ଉତ୍ତର ଭୋପାଳ ଆସନରୁ ବିଧାନସଭା ଲଢିଥିଲେ।
ଫତିମାଙ୍କ କହିବା ଅନୁସାରେ ମୁଁ ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ନିର୍ବାଚନ ପ୍ରଚାର କରିବି ନାହିଁ। ସେ ଧର୍ମଯୁଦ୍ଧ ସୃଷ୍ଟି କରିବା ପରି ମନ୍ତବ୍ୟ ଦେଇଆସୁଛନ୍ତି। ୨୬/୧୧ ମୁମ୍ବଇ ଆକ୍ରମଣରେ ସହିଦ ପୁଲିସ ଅଧିକାରୀ ହେମନ୍ତ କରକରେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ କଷ୍ଟ ଦେଇଥିଲା। ପ୍ରଜ୍ଞାଙ୍କ ମନ୍ତବ୍ୟ ଯୋଗୁଁ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଛବି ମୁସଲମାନଙ୍କ ସାମ୍ନାରେ ଖରାପ ହେଉଥିବା ସେ କହିଛନ୍ତି।
ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ପ୍ରଚାର କରିବେ ନାହିଁ ଏହି ମୁସଲିମ ନେତା
Popular Categories



