ସ୍ୱଚ୍ଛ ଭାରତ ଅଭିଯାନର ଗତି କୁଆଡେ; ରେଙ୍ଗାଲି ତହସିଲ ଅଫିସ ପଛ ପଟେ ଅରମା ଜଙ୍ଗଲ
ରେଙ୍ଗାଲି:ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଉଛନ୍ତି। ପରିବେଶକୁ ସ୍ୱଚ୍ଛ ରଖିବାକୁ ନାନା ପ୍ରକାର ସରକାରୀ ବିଜ୍ଞାପନର ଜୋରଦାର୍ ପ୍ରଚାର ପ୍ରସାର ହେଉଥିବା ବେଳେ ଦୀପ ତଳ ଅନ୍ଧାର ଭଲି ରେଙ୍ଗାଲି ତହସିଲ ଅଫିସ ପଛପଟେ ଦୀର୍ଘ ମାସ ଅନାବନା ଘାସବୁଦାର ଅରମା ଜଙ୍ଗଲ ଥିଲେ ମଧ୍ୟ ଏଥିପ୍ରତି ତହସିଲ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ସ୍ୱଚ୍ଛା ଭାରତ ଅଭିଯାନ ର ଗତି କୁଆଡେ ବୋଲି ବିଭିନ୍ନ ମହଲ ରେ ପ୍ରଶ୍ନ ହେଉଛି। ତହସିଲ ଅଫିସ ଭଳି ସରକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଛତାର ଏଭଳି ଦୟନୀୟ ସ୍ଥିତି ଦେଖି ସରକାର ଙ୍କ ତଥା କଥିତ ସ୍ୱଚ୍ଛ ଭାରତ ଅଭିଯାନ କେବଳ ସ୍ଲୋଗାନରେ ସୀମିତ ବୋଲି ସମାଲୋଚକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସରାକାରୀ କାର୍ଯ୍ୟାଳୟ ପରିସର ସ୍ୱଚ୍ଛତାର ଉଦାହରଣ ସୃଷ୍ଟି କରିବା କଥା। ରେଙ୍ଗାଲି ତହସିଲରେ ଏହାର ବିପରିତ ଦୃଶ୍ୟ ଦେଖିବାକୁ ମିଳୁଛି। ରେଙ୍ଗାଲି ତହସିଲ ଅଫିସ ପଛପଟେ ଅନାବନା ଘାସ ବୁଦାର ଅରମା ଜଙ୍ଗଲ ଭଳି ପରିବେଶ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସରକାରୀ କଳର ଆନ୍ତରିକତା କେତେ ତାହା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅରମା ଘାସ ବୁଦା ସଫା କରି ପରିବେଶକୁ ସ୍ବଚ୍ଛ ରଖିବାକୁ ଦାବି ହେଉଛି।
Comments are closed.