www.samajalive.in
Saturday, December 6, 2025
23.1 C
Bhubaneswar

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଗ୍ରାମର ,ଜୋନ ୨ର ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ସାହୁଙ୍କ ଜ୍ୟେଷ୍ଠ ପୁଅ ତମରେଶ କୁମାର ସାହୁ (ଟୁକୁ) (୪୨ ବର୍ଷ) ଗତ ୧୧ ତାରିଖରୁ ସକାଳେ ନିଜ ପିଲାକୁ କୋଶଳ ସ୍କୁଲରେ ଛାଡ଼ିବା ପରେ ଆଉ ଘରକୁ ଫେରି ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ଫୋନ ଆସିନଥିଲା, ତାଙ୍କୁ ଫୋନ କଲେ ମଧ୍ୟ ସେ ଉଠାଇ ନଥିଲେ। ରାତି ୧୦ଟା ୩୦ ପରେ ଆଉ ତାଙ୍କ ପାଖକୁ ଫୋନ ଲାଗି ନଥିଲା । ମୋବାଇଲ ସ୍ୱିଚ୍ ଅଫ ଥିବା ସୂଚନା ଆସୁଥିଲା। ଫଳରେ ରଞ୍ଜିତଙ୍କ ସାନ ପୁଅ ନମରେଶ ଅତାବିରା ଥାନାରେ ତାଙ୍କର ବଡ ଭାଇ ନିଖୋଜ ଥିବାର ଲିଖିତ ଅଭିଯୋଗ କରିଥିଲେ।
ଏହି ଅଭିଯୋଗକୁ ଭିତ୍ତି କରି ଅତାବିରା ପୁଲିସ ପକ୍ଷରୁ ତମରେଶଙ୍କୁ ଖୋଜିବା ପାଇଁ ତାଙ୍କ ମୋବାଇଲ ଟ୍ରାକିଂ କରିବାର ଚେଷ୍ଟା କରିଥିଲେ ,କିନ୍ତୁ ମୋବାଇଲ ସ୍ୱିଚ ଅଫ ଥିବାରୁ ଟ୍ରାକିଂ ସମ୍ଭବ ହୋଇ ନଥିଲା। ତେଣୁ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଗତକାଲି ଅପରାହ୍ନ ୪ଟାରେ ବୁର୍ଲ୍ଲା ଥାନା ଅଧିକାରୀ ଅନିଲ ପ୍ରଧାନ ପେଟ୍ରୋଲିଂ କରିବା ସମୟରେ କୌଣସି ସୂତ୍ରରୁ ଚାନ୍ଦିଲି ଡୁଙ୍ଗୁରି ପାହାଡରେ ରାସ୍ତାରୁ ୫୦ ମିଟର ଦୂରରେ ଏକ ଘଞ୍ଚ ଜାଗାରେ ଗୋଟିଏ ଗଛରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଝୁଲୁଥିବା ସୂଚନା ପାଇଥିଲେ।

ସେ ଉକ୍ତ ସ୍ଥାନରେ ପହଞ୍ଚି ସତ୍ୟତା ଦେଖିଲା ପରେ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କୁ ଖବର ଦେଇ ଥିଲେ ତାକୁ ଚିହ୍ନଟ କରିବା ପାଇଁ। ଖବର ପାଇବା ମାତ୍ରେ ସନ୍ଧ୍ୟା ୬ଟାରେ ଉଭୟ ଅତାବିରା ଓ ଗୋଡଭଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚି ଶବଟିକୁ ଦେଖିବା ପରେ ଜଣା ପଡିଥିଲା ତାହା ସେହି ନିଖୋଜ ବ୍ୟକ୍ତିଙ୍କ ମୃତଦେହ। କିନ୍ତୁ ସାଇଣ୍ଟିଫିକ ଦଳ ନ ପହଞ୍ଚିବା ପର୍ଯ୍ୟନ୍ତ ଶବ ଜବତ କରାଯିବ ନାହିଁ ବୋଲି କିଛି ପୁଲିସ କର୍ମୀଙ୍କୁ ସେଠାରେ ଜଗାଇ ରଖିଥିଲେ । ଆଜି ସକାଳେ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ପରେ ଅତାବିରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହଟି ତିନି ଚାରି ଦିନର। କିନ୍ତୁ ତାଙ୍କର ମୃତ୍ୟୁର କାରଣ କିଛି ସ୍ପଷ୍ଟ ଜଣ ପଡୁନାହିଁ । ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା କିଏ ତାଙ୍କୁ ହତ୍ୟା କରିଛି ,ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ସୂଚନା ରହିଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories