www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟ ସ୍ତରୀୟ  ଉପଲବ୍ଧି ସର୍ବେକ୍ଷଣ ଶିବିର, ଯୋଗଦେଲେ ୧୦ ଟି ସ୍କୁଲରୁ ମୋଟ ୪୦୦ଜଣ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଆଜି ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ତତ୍ବାବଧାନରେ ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି।ଏହି ସର୍ବେକ୍ଷଣରେ ଜିଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ର ଶିକ୍ଷା ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ ଯୋଗଦାନ କରି ମନିଟରିଂ କରିଥିଲେ । ଏଥିରେ ପୂର୍ବରୁ ତାଲିମ୍ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜିଲା ଶିକ୍ଷା ତାଲିମ ପ୍ରତିଷ୍ଠାନ ବରଗଡ଼ର ଛାତ୍ରଛାତ୍ରୀ ନିରୀକ୍ଷକ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ରବୀନ୍ଦ୍ର କୁମାର ସାହୁ, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସି ସହଯୋଗ କରିଥିଲେ । ଏହି ସର୍ବେକ୍ଷଣରେ ବ୍ଲକର ୧୦ ଟି ସ୍କୁଲରୁ ମୋଟ ୪୦୦ଜଣ ଛାତ୍ରଛାତ୍ରୀ ତଥା  ଦ୍ଵିତୀୟ, ଚତୁର୍ଥ ଓ ସପ୍ତମ ଶ୍ରେଣୀର  ଯଥାକ୍ରମେ ୧୬୦,୧୨୦ ଓ ୧୨୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।
ଅତାବିରା ବ୍ଳକ୍ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖରମୁଣ୍ଡା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି,ସରଣ୍ଡା, ସିଲାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲି, ଦେବାହାଲ ସେବାଶ୍ରମ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଜହ୍ନାପଡା, କାଦୋବାହାଲ, ଲହଣ୍ଡା ସରକାରୀ ଏଲ୍ ଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାହାର ଶ୍ରିଗିଡା ଏବଂ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଲସ୍ତଲା ରେ ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏହି ସର୍ବେକ୍ଷଣ ସକାଳ ୧୧ ଘଟିକା ରୁ ଆରମ୍ଭ ହୋଇ   ଅପରାହ୍ନ ୨ ଟାରେ ଶେଷ ହୋଇଥିଲା।
ଭାଷା ଓ ଗଣିତ ଉପରେ  ଛାତ୍ର ଛାତ୍ରୀ ମାବଙ୍କର ଉପଲବ୍ଧତା ସର୍ବେକ୍ଷଣ ହୋଇଥିଲା ।ଉପରୋକ୍ତ ବିଦ୍ୟାଳୟ ଗୁଡିକରେ  ୩୦ ମିନିଟ ପୂର୍ବରୁ ପ୍ରଶ୍ନପତ୍ର  ପହଞ୍ଚାଯାଇଥିଲା । ଉପରିସ୍ଥ  ବିଭାଗୀୟ ଅଧିକାରୀଙ୍କ ସମ୍ମୁଖରେ ପ୍ରଶ୍ନପତ୍ର ଖୋଲାଯାଇ ସର୍ବେକ୍ଷଣ ଆରମ୍ଭ ହୋଇଥିଲା । ଚତୁର୍ଥ ଓ ସପ୍ତମ  ଶ୍ରେଣୀ ର ଛାତ୍ର ଛାତ୍ରୀମାନେ ନିଜେ ପ୍ରଶ୍ନ ଗୁଡ଼ିକର ଉତ୍ତର କରିଥିବା ବେଳେ ଦ୍ଵିତୀୟ  ଶ୍ରେଣୀର  ଛାତ୍ର  ଛାତ୍ରୀ  ମାନଙ୍କ ପାଇଁ ଶିକ୍ଷକ  ମାନେ ପ୍ରଶ୍ନ କରିଥିଲେ ।ପିଲାଙ୍କ ଠାରୁ ଯାହା ଉତ୍ତର ଆସିଥିଲା ତାହା ସେମାନେ ବୁକ୍ଲେଟ ରେ ଲେଖିଥିଲେ। ଦ୍ଵିତୀୟ ଶ୍ରେଣୀର ଛାର ଛାତ୍ରୀମାନଙ୍କ ପାଇଁ    ୬୦ ମିନିଟ, ଚତୁର୍ଥ ଶ୍ରେଣୀ ପାଇଁ ୯୦ ମିନିଟ ,ସପ୍ତମ ଶ୍ରେଣୀ ପାଇଁ ୧୨୦ ମିନିଟ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଥିଲେ ସେମାନଙ୍କ ପାଇଁ ଅଧିକ ୩୦ ମିନିଟ ସମୟ ଅବଧି ରହିଥିଲା ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories