www.samajalive.in
Friday, December 12, 2025
16.1 C
Bhubaneswar

ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା-୨୦୨୩

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ଶିକ୍ଷା ଓ ଶିକ୍ଷାୟତନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଆନୁକୁଲ୍ୟରେ ରବିବାର ସମଗ୍ର ଓଡ଼ିଶାରେ ଓଷ୍ଟା ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା ୨୦୨୩/୨୪ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଅତାବିରା ଓ ଭେଡେନ ବ୍ଲକକୁ ନେଇ ବ୍ଲକସ୍ତରୀୟ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ହେଉଥିବା ଏହି ପରୀକ୍ଷା ଅଷ୍ଟମ ଶ୍ରେଣୀରେ ୬୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ନମ୍ୱର ରଖି ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ପ୍ରତିବର୍ଷ ଅତାବିରା ବ୍ଲକରୁ ଏହି ମେଧା ବୃତ୍ତି ପାଇ ଆସୁଥିବା ଓଷ୍ଟା କର୍ମକର୍ତ୍ତାମାନଙ୍କ ପକ୍ଷରୁ ସୂଚନା ରହିଛି। ଏହି ପରୀକ୍ଷାରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ରାଶି ରାଜ୍ୟସ୍ତରୀୟ ଶିଶୁମେଳା ଉତ୍ସବରେ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥାଏ। ଏଥିରେ ଗଣିତ, ଇଂରାଜୀ, ଓଡ଼ିଆ, ମାନସିକ ଦକ୍ଷତା, ବିଜ୍ଞାନ, ସାଧାରଣ ଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ବିଷୟରେ ୧୦୦ ମାର୍କର ପରୀକ୍ଷା ଓଏମଆରରେ ହୋଇଥିଲା। ଏହି ପରୀକ୍ଷା ଓଷ୍ଟା ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର ଓ ସମ୍ପାଦକ ରଞ୍ଜନ କୁମାର ଦାଶଙ୍କ ମୁଖ୍ୟ ତତ୍ତ୍ଵାବଧାନରେ ହୋଇଥିଲା। ଓଷ୍ଟାର ଅତାବିରା ବ୍ଲକ ସମ୍ପାଦକ ଓକିଲ ପ୍ରଧାନ ଓ ଓଷ୍ଟାର ବ୍ଲକ ସଭାପତି ଯାଦବ ପ୍ରଧାନଙ୍କ ସଂଯୋଜନାକ୍ରମେ ପରୀକ୍ଷା ନିରୀକ୍ଷକ ଜିଲ୍ଲା ଯୁଗ୍ମ ସମ୍ପାଦକ ସଚିଦାନନ୍ଦ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ମେଧା ପରୀକ୍ଷାରେ ମୋଟ ୧୬୬ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ହରପାଲ ସୁପରିଟେଣ୍ଡେଣ୍ଟ ଦାୟିତ୍ଵ ତୁଲାଇଥିଲେ। ଜିଲ୍ଲା ଓଷ୍ଟା ଉପ ସଭାପତି ଅନସୂୟା ଦେବତା, ଶିକ୍ଷକ ବାଳମୁକୁନ୍ଦ ସାହୁ, ବଳରାମ ସାହୁ, ଲବ ସାହୁ, ପୁରନ୍ଦର ପ୍ରଧାନ ଓ ପ୍ରସନ୍ନ କୁମାର ବେହେରା ପରୀକ୍ଷା ପରିଚାଳନା କରିଥିଲେ। ପ୍ରତିବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ହେଉଥିବା ଓଷ୍ଟାର ଏହି କାର୍ଯ୍ୟକ୍ରମ ଅଭିଭାବକ ମହଲରେ ପ୍ରଶଂସନୀୟ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories