www.samajalive.in
Saturday, December 6, 2025
26.1 C
Bhubaneswar

ଅସିତ ସାହୁଙ୍କୁ ମିଳିଲା ରୁଦ୍ରାଣୀ ହାରାଧନ ଛାତ୍ର ମେଧା ସମ୍ମାନ

ରେଙ୍ଗାଲିକ୍ୟାମ୍ପ : ଡୁଙ୍ଗୁରିପାଲିରେ ଅନୁଷ୍ଠିତ ପବିତ୍ର ଗୋଷ୍ଟାଷ୍ଟମୀ ପୂଜା ପାଳନ ଅବସରରେ ଗତ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖି ପାସ୍ କରିଥିବା ଜର୍ଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଅସିତ୍ କୁମାର ସାହୁଙ୍କୁ ରୁଦ୍ରାଣି ହାରାଧନ ମେଧା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଓଡ଼ିଶା ଜନତା ସଂଘର୍ଷ ସମିତି ବରଗଡ ଦ୍ବାରା ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମେଘନାଦ ସାହୁ ସଭାପତିତ୍ବ କରିଥିବା ବେଳେ ବରଗଡ଼ର ବିଶିଷ୍ଟ ସମାଜ ସେବୀ ପ୍ରିତମ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ବିଧାନ ସୁରକ୍ଷା ମଂଚ ବରଗଡ଼ର ଅଧ୍ୟକ୍ଷ ପବିତ୍ର ଦେହେରି ସ୍ବତନ୍ତ୍ର ଅତିଥି, ଏଚିଭର ହେଲପିଂ ଫାଉଣ୍ଡେସନର ସଭାପତି ଦିବାକର ମାଝୀ,ସନାରୁ ପ୍ରଧାନ,ୱାର୍ଡ ନଂ ୪ର କାଉନସିଲର ରୋସନ୍ ପ୍ରଧାନ ,ରମେଶ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚ।ସୀନ ଥିଲେ । ଇଂ ଅରୁଣ ହୋତା ମାନପତ୍ର ପଠନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଜନତା ସଂଘର୍ଷ ସମିତିର ସଭାପତି କିଶୋର ଚନ୍ଦ୍ର ସାହୁ, ସମ୍ପାଦକ ଅଭୟ ପ୍ରଧାନ, ଅଗ୍ରଗାମୀ ଯୁବ ସଂସଦର ସଭାପତି ଶିବ ନାରାୟନ ସାହୁ, ଜୟସିଂହ ବାମଡ଼ିଆ, ମୁଦୁ ଭୁଏ,ବୀରବର ବାଗ,ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ବରଗଡ଼ର ରବିନାରାୟଣ ସାହୁ, ବରିଷ୍ଠ ସଭ୍ୟ ନେପାଲ ଦୁଆନ, ଗୁଣ ନିଧି ସାହୁ,ଦୁଃଖୀ ସେବକ ସାହୁ, ଗଣେଶ ବଗେ, ପ୍ରମୋଦ ସାହୁ, ତ୍ରିଲୋଚନ ସାହୁ,ସୂର୍ଯ୍ୟ କୁମାର ସେଠ୍,ବିଶ୍ଵଦତ୍ତ ଦାଶ,ରିତୁ ମହାନା,ସୁଶିଲ ପଶାୟତ, ମଣ୍ଟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories