www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରକ୍ ଚାପରେ ଦୁଇ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଦେବାହାଳ ଗୋଲେଇ ରାସ୍ତା ୫୩ ନଂ ଜାତୀୟ ରାଜପଥରେ ଗତ ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଚାପରେ ଦୁଇ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଶାଖାପାଟଣାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ସମ୍ବଲପୁର ଅଭିମୁଖେ ଯାଉଥିବା ଦୁଇଜଣ ବାଇକ୍ ଆରୋହୀଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ସେମାନେ ପଡିଯାଇ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ।
ଟ୍ରକ୍ ଟି ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରକ୍ ଚାଳକ ଉଜ୍ଜଳ କିଶୋର ବାଗ। ସେ ଦୌଡ଼ି ଖସି ଯିବାର ପ୍ରୟାସ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ପୁଲିସ ଖବର ପାଇ ବିଲ ଭିତରେ ଧରିବାରେ ସଫଳ ହୋଇଥିଲେ । ମୃତ ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଧାନ କଉଡାର କମଲେସ ସାହୁ ବୋଲି ଜଣାପଡ଼ିଛି । ଅନ୍ୟ ଜଣକର ପରିଚୟ ମିଳି ନାହିଁ। କମଲେସ ସିନ୍ଦୂର ପଙ୍କ କେନାଲ ବିଭାଗରେ କାମ କରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ରାସ୍ତାରେ ସର୍ଭିସ୍ ରାସ୍ତା ନଥିବାରୁ ଜାତୀୟ ରାଜପଥରେ ଲୋକଙ୍କ ଅଧିକ ଯାତାୟାତ ଲାଗି ରହୁଛି । ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁ ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି। ଏ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories