www.samajalive.in
Saturday, December 6, 2025
26.1 C
Bhubaneswar

ଅତାବିରାରେ ଜିଲାସ୍ତରୀୟ ଖୋ ଖୋ ଓ ଯୋଗ ପ୍ରତିଯୋଗିତା ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଦ୍ଵି-ଦିବସୀୟ ଖୋ ଖୋ ଓ ଯୋଗ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଦୂର୍ଗା ମନ୍ଦିରରେ ମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା ପୂର୍ବକ ଜିଲ୍ଲାର ସମସ୍ତ ବ୍ଲକର ଛାତ୍ରଛାତ୍ରୀ ସମେତ ଅତିଥିମାନଙ୍କୁ ନେଇ କ୍ରୀଡା ପତାକା ସହ ବିଶାଳ ଶୋଭାଯାତ୍ରାରେ ବାହାରି ଖେଳ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ସମ୍ମାନିତ ଅତିଥି ଓ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କାର୍ତ୍ତିକ ବାଗ, ତପନ ଦାସ, ସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ହରିପାଲ, ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା, ବ୍ଲକ କ୍ରୀଡ଼ା ସଂଘ ସଂପାଦକ ଲବ ସାହୁ ମଞ୍ଚାସିନ ରହିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ସ୍ବାଗତ ଅଭିଭାଷଣ ଦେଇଥିଲେ। ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁଙ୍କ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଶିକ୍ଷକ ମନୋରଞ୍ଜନ ମିଶ୍ର ଓ ମାନସୀ ପାତ୍ର ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ବ୍ଲକର କ୍ରୀଡ଼ା ପତାକା ଧରି ଫ୍ଲାଗ୍‌ ମାର୍ଚ୍ଚରେ ଅତିଥି ମାନଙ୍କୁ ସମ୍ମାନ ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନାଏକଙ୍କ ଦ୍ଵାରା କ୍ରୀଡ଼ା ପତାକା ଉତ୍ତୋଳନ ପରେ ଖୋ ଖୋ ଓ ଯୋଗା ଆରମ୍ଭ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ୪୦ଜଣ ଖେଳ ଶିକ୍ଷକ ପରିଚାଳନା କରିଥିବାବେଲେ ଖୋଖୋରେ ୫୫୩ଜଣ ଓ ଯୋଗରେ ୩୩, ସର୍ବ ମୋଟ ୫୮୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜ ଖେଳ ପରିବେଷଣ କରିଥିଲେ। ପରି ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରିପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories