www.samajalive.in
Sunday, December 7, 2025
26.1 C
Bhubaneswar

ମହାନଦୀକୁ ଡେଇଁଲେ ଯୁବତୀ, ବଞ୍ଚାଇଦେଲେ ପାର୍କ କର୍ମଚାରୀ

କଟକ: କଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ଗୁରୁବାର ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ସମୟରେ ଦେବଦୂତ ସାଜି ଯୁବତୀଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ଯୋବ୍ରା ପାର୍କ କର୍ମଚାରୀ ବାବୁଲି ବେହେରା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଉଭୟଙ୍କୁ ଦଉଡ଼ି ଓ ସିଡ଼ି ସାହାଯ୍ୟରେ ପୋଲ ଉପରକୁ ଆଣିଥିଲେ। ଏହାପରେ ସଙ୍ଗେସଙ୍ଗେ ଯୁବତୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ଜଣେ ଯୁବତୀ ହଠାତ୍‌ ମହାନଦୀକୁ ଡେଇଁପଡ଼ିଥିଲେ। ସେହି ସମୟରେ ଯୋବ୍ରା ବ୍ୟାରେଜ ପାର୍କରେ କାମ କରୁଥିଲେ ବାବୁଲି ବେହେରା ନାମକ ଜଣେ କର୍ମଚାରୀ। ଯୁବତୀ ଜଣକ ନଈକୁ ଡେଇଁବା ଦେଖି ବାବୁଲି ତାଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପଡ଼ିଥିଲେ। ଯୁବତୀ ଜଣକ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରି ପ୍ରାୟ ଅଧଘଣ୍ଟା କାଳ ତାଙ୍କୁ ଧରି ବ୍ୟାରେଜର ଲୁହା ଗେଟ୍‌ ପଛ ପାର୍ଶ୍ୱରେ ପାଣିରେ ଛିଡ଼ା ହୋଇ ରହିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ବ୍ୟାରେଜ ନିକଟରେ ପହଞ୍ଚି ବାବୁଲି ଓ ସେହି ଯୁବତୀଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏସସିବି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲେ। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories