www.samajalive.in
Saturday, December 6, 2025
16.1 C
Bhubaneswar

ଅଣ ଶିକ୍ଷକ ଓ ସ୍କୁଲ କମିଟିଙ୍କ ଭରସାରେ ଲଚିଦା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଭବିଷ୍ୟତ

ରେଙ୍ଗାଲିକ୍ୟାମ୍ପ : ରାଜ୍ୟରେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ପକ୍ଷରୁ ବାରମ୍ବାର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦାବୀ ହୋଇ ଆସୁ ଥିଲେ ସୁଦ୍ଧା ଦାବିକୁ ପୁରଣ ନହୋଇଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହା ସେପ୍ଟେମ୍ବର ୧୪ ତାରିଖରୁ ଶିକ୍ଷକ ମାନେ କାର୍ୟ୍ୟବନ୍ଦ କରିବା ସହ ଯେ ପର୍ୟ୍ୟନ୍ତ ଦାବୀ ପୂରଣ ନହେବ ସେ ପର୍ୟ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିକ୍ଷକ ମାନେ ଧାରଣାରେ ବସିଥିବା ବେଳେ ସ୍କୁଲରେ ପାଠପଢା ବ୍ୟାହତ ରହିଛି।
ବରଗଡ଼ ଜିଲା ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ଲଚିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଣ ଶିକ୍ଷକ ଓ ସ୍କୁଲ କମିଟିଙ୍କ ଭରସାରେ ଦେଶର ଭବିଷ୍ୟତ ଗଢ଼ା ଚାଲିଛି। ନା ଶ୍ରେଣୀ କୋଠରୀ ଖୋଲା ଥିଲା ନା ଥିଲା, ମଧ୍ୟାହ୍ନ ଭୋଜନର କିଛି ବ୍ୟବସ୍ଥା। ପିଲାମାନେ ବାରଣ୍ଡାରେ ବସି ପାଠପଢିବା ମଧ୍ୟ ନଜର ଆସିଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଶିକ୍ଷକଙ୍କୁ ଦାୟିତ୍ଵ ଦେବାକୁ ଥିବାବେଳେ ଦିନ ୧୧ଟାରେ ପ୍ରାଥମିକ ଶିକ୍ଷୟିତ୍ରୀ ଜଣେ ପହଞ୍ଚି ଥିଲେ ସତ ହେଲେ ଶିକ୍ଷୟିତ୍ରୀ ଜଣକ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ କିଭଳି ଭାବେ ଶିକ୍ଷାଦାନ କରିବେ ତାହା ମୁଣ୍ଡ ବ୍ୟଥାର କାରଣ ସାଜିଛି। କେବଳ ସେତିକି ନୁହେଁ ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡଘଡି ଓ ବିନା ଶିକ୍ଷକଙ୍କ ଭରସାରେ କିଭଳି ଭାବେ ପିଲାଙ୍କ ଭବିଷ୍ୟତ ଗଢ଼ା ହେବ ସେ ନେଇ ଚିନ୍ତାର ବିଷୟ ହୋଇଛି। ଶିକ୍ଷକଙ୍କ ଦାବୀ ପୂରଣ ଓ ସ୍କୁଲକୁ କେବେ ଗୁରୁ ଫେରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ ଅପେକ୍ଷାରେ ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories