www.samajalive.in
Tuesday, December 9, 2025
23.1 C
Bhubaneswar

ଜିଲା ଆୟୁର୍ବେଦ ଚିକିତ୍ସା ବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଟୋପଠାରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଓଡ଼ିଶା ଆୟୁଷ ମିଶନ ମିଳିତ ଆନୁକୂଲ୍ୟରେ ଜିଲା ଆୟୁର୍ବେଦ ଚିକିତ୍ସା ବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡଃ ଲକ୍ଷ୍ମୀଶ୍ରୀୟା ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ନବୀନ କୁମାର ବେହେରା, ଡଃ ସୁନୀତା ଗଡତିଆ, ଡଃ ସରିତା ମଞ୍ଜରୀ ସାହୁ, ଡଃ ଦୁଷ୍ମନ୍ତ କୁମାର ମାଝି ଆୟୁର୍ବେଦ ଚିକିତ୍ସାର ଉପକାରିତା ଓ ଚିକିତ୍ସାର ଉପାଦେୟତା ବିଷୟରେ ବୁଝାଇଥିଲେ। ଏଥିସହ କୈଶୋର ଅବସ୍ଥାରେ କିଶୋର କିଶୋରୀମାନଙ୍କଠାରେ ହେଉଥିବା ଶାରୀରିକ, ବୌଦ୍ଧିକ ଓ ମାନସିକ ପରିବର୍ତ୍ତନ ଓ ତତ୍ ଜନିତ ସେମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି କରିପାରିବେ ତଥା ଏହି ଅବସ୍ଥାରେ ସେମାନେ କିପରି ନିଜକୁ ସୁସ୍ଥ ରଖିପାରିବେ ସେ ବିଷୟରେ ଶିକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ତଥା ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଯୋଗାଭ୍ୟାସ, ଧନ୍ଵନ୍ତରି, ଅଳେଇଚ, ବ୍ରାହ୍ମୀ, ଅଁଳା, ଅନ୍ନପୂର୍ଣ୍ଣା, କରଞ୍ଜ ଆଦି ଔଷଧୀୟ ଚାରା ରୋପଣ କରାଯାଇଥିଲା। ଯୋଗ ପ୍ରଶିକ୍ଷକ ଅନିଲ କୁମାର ପିଲାମାନଙ୍କୁ ଯୋଗ ଶିକ୍ଷା ଦେଇଥିବା ବେଳେ ଆୟୁଷ ସହାୟକ ଶୁଭଶ୍ରୀ ନାଏକ ଓ ଶିଶିର ଆଚାର୍ଯ୍ୟ ଔଷଧ ବଣ୍ଟନ କରିଥିଲେ। ପିଟିଏସ ମାରୁଚି ଭୁଏ, ତରଣିସେନ ପ୍ରଧାନ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସାହାଯ୍ୟ କରିଥିଲେ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories