ବ୍ଲକ ଶିକ୍ଷାଧିକାରୀଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

ରେଙ୍ଗାଲିକ୍ୟାମ୍ପ : ଶିକ୍ଷକ ଭବନ ଅତାବିରା ଠାରେ ଅତାବିରା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ମିଳିତ ବୈଠକ ସମନ୍ମିତ ସଙ୍ଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତାବିରା ସମନ୍ମିତ ସଙ୍ଘର ସଂପାଦକ ପ୍ରକାଶ ଚନ୍ଦ୍ର ଦୋରା, ଏନ୍ ପି ଏସ ସଙ୍ଘର ସଭାପତି ହରିହର ପଶାୟତ, ସଂପାଦକ ବିରେନ୍ଦ୍ର କୁମାର ଭୋଇ , ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନର ସଭାପତି ମନୋରଂଜନ ମିଶ୍ର, ସଂପାଦକ ସନ୍ତୋଷ କର ଏବଂ ଏକ୍ସ କେଡର୍ ସଙ୍ଘର ସଭାପତି ସରୋଜ କୁମାର ପଧାନ ମଞ୍ଚାସିନ ଥିଲେ । ଶିକ୍ଷକ ନନ୍ଦିଘୋଷ ଭୁଏ ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ସଭାରେ ଆଗମୀ ଦିନରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଓଡ଼ିଶା ଦେଇଥିବା ଆନ୍ଦୋଳନରେ ମାସଲିଭ୍ ନେଇ ସାମିଲ୍ ହେବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛଅ ବର୍ଷ ଠିକା କାର୍ୟ୍ୟକାଳକୁ ମୂଳ ଚାକିରୀ ସହ ଗଣନା କରିବା, କନିଷ୍ଠ ଶିକ୍ଷକ , କ୍ରୀଡା ଓ କଳା ଶିକ୍ଷକଙ୍କୁ ନିୟମିତ କରିବା, ଏକ୍ସ୍ କେଡର୍ ରୁ ଏକ୍ସକୁ ବାଦ୍ ଦେବା ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବୀ ଥିବା ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରାଙ୍କୁ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ଆନ୍ଦୋଳନ ସତ୍ତ୍ୱେ ଦାବି ପୁରଣ ନ କରି ଥିବାରୁ ଅତାବିରା ବ୍ଲକ୍ ରେ କାର୍ୟ୍ୟରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ୟୁନିଫର୍ମ ବର୍ଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଶେଷରେ ଶିକ୍ଷକ ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.