ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ତୃତୀୟ ଓ ପଞ୍ଚମ ଶ୍ରେଣୀର ଛାତ୍ର ବୃତ୍ତି ପରୀକ୍ଷା ସମ୍ପନ୍ନ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ତତ୍ବାବଧାନରେ ଏହି ପରୀକ୍ଷାରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ୧୪୦ ଜଣ ଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ୧୨୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ଉଭୟ କେନ୍ଦ୍ରରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାର ଦାଶ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିଲେ।
Popular Categories



