www.samajalive.in
Saturday, December 6, 2025
19.1 C
Bhubaneswar

ବାଙ୍କୀ ଓ ଡମପଡା ବ୍ଲକରେ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା

ବାଙ୍କୀ: ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୨ଟି କେନ୍ଦ୍ର ଓ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୬ଟି କେନ୍ଦ୍ରରେ ଗୁରୁବାର ଦିନ ଯଥାକ୍ରମେ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଡମପଡା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ସଞ୍ଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୩ୟ ଶ୍ରେଣୀ ନିମନ୍ତେ ୧୩୪ଜଣ ଏବଂ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ସଞ୍ଚାଳିତ କେନ୍ଦ୍ରରେ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ୧୨୫ଜଣ ବିଦ୍ୟାର୍ଥି ପରୀକ୍ଷା ଦେଇଛନ୍ତି। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ ଓ ପ୍ରଫୁଲ୍ଲ କୁମାର ବେହେରା ଉଭୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି। ସେହିପରି ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବ୍ରହ୍ମପୁରା ରଘୁନାଥ ଦେବତା ବିଦ୍ୟାପୀଠ କେନ୍ଦ୍ରରେ ୩ୟ ଶ୍ରେଣୀ ପାଇଁ ୫୫ଜଣ,ମହାବେରେଣା ବିଦ୍ୟାପୀଠରେ ୫୦ଜଣ ଏବଂ ସୁବର୍ଣ୍ଣପୁର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୩୭ଜଣ କରି ମୋଟ୧୪୨ଜଣ ଏବଂ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ କଳାପଥର ଧଳାପଥର ହାଇସ୍କୁଲ କେନ୍ଦ୍ରରେ ୫୩ଜଣ,ସଚ୍ଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୫୩ଜଣ ଏବଂ ସରଣ୍ଡା ବିଦ୍ୟାପୀଠ କେନ୍ଦ୍ରରେ ୪୮ଜଣ କରି ସର୍ବମୋଟ ୧୫୪ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଋକ ନାୟକ, ଲତିକା ଦେଈ ଓ ମାଧବ ଚନ୍ଦ୍ର ଦେହୁରୀ ପ୍ରମୁଖ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିୟନ୍ତ୍ରଣ କରିଥିଲେ। ସମସ୍ତ କେନ୍ଦ୍ରର ପ୍ରଧାନ ଶିକ୍ଷକମାନେ ପରୀକ୍ଷା ପରିଚାଳନା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ବାଙ୍କୀ ଓ ଡମପଡା ବ୍ଲକରେ ସର୍ବମୋଟ ୩ୟ ବୃତ୍ତରୀକ୍ଷାରେ ୨୭୬ଜଣ ଏବଂ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୨୭୯ଜଣ ପରୀକ୍ଷା ଦେଇଥିବା ଜଣାପଡିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories