ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ୯ ଓ ୮ ନମ୍ବର ୱlର୍ଡରୁ ଜାତୀୟ ରାଜପଥକୁ ସଂଯୋଗ ରାସ୍ତାରେ ଅସରାଏ ବର୍ଷାରେ ଅବସ୍ଥା ବେହାଲ ହୋଇପଡୁଛି। ଗୁରୁବାର ଏହି ରାସ୍ତାରେ ଅସରାଏ ବର୍ଷା ଯୋଗୁଁ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ସେହି ରାସ୍ତାରେ ଲୋକମାନେ ଯାତାୟତ କରିବା କଷ୍ଟକର ବ୍ୟାପାର ହୋଇଥିଲା। ଯାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି ପାଣି ରାସ୍ତା ଜମି ରହିଥିବା ନିକଟରେ ରହିଛି ଏକ ମଧ୍ୟ ଇରାଜୀ ବିଦ୍ୟାଳୟ କିନ୍ତୁ ସେହି ସ୍କୁଲକୁ ପିଲାମାନେ ଯିବାପାଇଁ ଘୋର ଅସୁବିଧା ସମ୍ମୁଖୀନ ହେଇଥିଲେ। ଏଥି ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।
ସୂଚନା ଯୋଗ୍ୟ ଦୀର୍ଘ ଦିନ ହେଲା ପୁଇଁତଳା ଗ୍ରାମରୁ ବର୍ଷା ଜଳ ନିଷ୍କାସନ ହେବା ପାଇଁ ସେଭଳିଆ କିଛିବି ସ୍ଥାୟୀ ପ୍ରତିକାର ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ବିଭିନ୍ନ ସମୟରେ ବର୍ଷା ଯୋଗୁଁ ଗ୍ରାମରେ ପାଣି ଜମି ରହୁଛି। ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।



