www.samajalive.in
Monday, December 8, 2025
27.1 C
Bhubaneswar

ଧୋଇଆନାଳ ସେତୁ ବିପଦ ସଙ୍କୁଳ

ବାଙ୍କୀ:ମହାନଦୀରେ ବନ୍ୟା ଆସିଲେ ଭେଡା ରାମଚନ୍ଦ୍ରପୁର ନିକଟସ୍ଥ ଚନ୍ଦ୍ରପା ନାଳ ଦେଇ ମହାନଦୀ ଜଳ ପ୍ରବେଶ କରୁଛି। ଫଳରେ ଅନୁୟାରୀ, ବ୍ରହ୍ମପୁରା, ବରପୁଟ ଆଦି ପଞ୍ଚାୟତର ବ୍ୟାପକ ଜମି ଜଳମଗ୍ନ ହେଉଛି। ମହାନଦୀର ବନ୍ୟାଜଳ ଚନ୍ଦ୍ରପା ସେତୁ ଉପରେ ୫ରୁ ୮ଫୁଟ ପ୍ରବାହିତ ହେବାଦ୍ୱାରା ପ୍ରତିବର୍ଷ ବାଙ୍କୀ ବୈଦେଶ୍ୱର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି। ବନ୍ୟାଜଳ ପ୍ରଭାବରେ ପୂର୍ବରୁ ଭେଡା ରାମଚନ୍ଦ୍ରପୁର ଓ ବ୍ରହ୍ମପୁରା ସଞ୍ଜୋଗୀ ରାସ୍ତାର ଧୋଇଆନାଳ ଉପରେ ୧୦ରୁ ୧୫ଫୁଟ ପାଣି ପ୍ରବାହିତ ହେବାଦ୍ୱାରା ବାଙ୍କୀ ଏକରକମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥାଏ। ଯେତେବେଳେ ବାଙ୍କୀ-କଟକ,ବାଙ୍କୀ-ଭୁବନେଶ୍ୱର ରାସ୍ତା ଜଳମଗ୍ନ ହୋଇଯାଏ ଏବଂ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିବା ପାଇଁ ସଂଯୋଗ ବିଚ୍ଛିନ୍ନ ହୋଇଥାଏ। ବାଙ୍କୀ ସହିତ ସଂଯୋଗ କରିବାର ଏକମାତ୍ର ରାସ୍ତା ଥିଲା ନରଗାଙ୍ଗ-ଦୁର୍ଗାପୁର ରାସ୍ତା। ପ୍ରଶାସନର ତତ୍ପରତା କ୍ରମରେ ୨୦୦୮ମସିହା ପରେ ଧୋଇଆନାଳ ପୋଲକୁ ଉଚ୍ଚା ଓ ପ୍ରଶସ୍ତିକରଣ କରାଯିବା ଦ୍ୱାରା ବନ୍ୟା ସମୟରେ ଏହି ରାସ୍ତାଟି ସ୍ୱଭାବିକ ରହିବା ସହ ରାସ୍ତାକୁ ବନ୍ୟାଜଳ କେବେବି ପ୍ରାୟ ୧୦ବର୍ଷ ହେବ ବୁଡାଇ ପାରିନାହିଁ। ବିଡମ୍ବନାର ବିଷୟ ରାମଚନ୍ଦ୍ରପୁର-ବ୍ରହ୍ମପୁରା ସଂଯୋଗୀ ରାସ୍ତାର ଧୋଇଆନାଳ ଠାରେ ବନ୍ୟା ଜଳ ପ୍ରବେଶ ଏବଂ ମହାପର୍ବତ ପାଦଦେଇ ଆସୁଥିବା ବର୍ଷାଜଳ ନିସ୍କାସନ ପାଇଁ ଏହି ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ଟି ପୋଲ କରାଯାଇଛି। ବିଭାଗୀୟ ଅଣଦେଖା ହେତୁ ଆମ୍ବତୋଟା ପଟେ ଥିବା ପୋଲଟିର ବାମ ପାର୍ଶ୍ବ ଅଧା ଫୁଙ୍ଗୁଳା ପଡିଥିଲା ବେଳେ ଡାହାଣ ପାର୍ଶ୍ବ ସୁରକ୍ଷା ପୋଲ ଭାଙ୍ଗିରୁଜି ଯାଇଛି। ରାସ୍ତାଟିରେ ଯାତାୟତ କରିବା ବିପଦ ଜନକ ପରିସ୍ଥିତ ସୃଷ୍ଟି ହୋଇଛି। ସେହିପରି ଆଗକୁ ବ୍ରହ୍ମପୁରା ଗ୍ରାମ ନିକଟରେ ଥିବାଅନ୍ୟ ପୋଲଟିର ବାମ ପାର୍ଶ୍ବର ସୁରକ୍ଷା ବାଡ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚିଛି। ବିପଦ ସଙ୍କୁଳ ଧୋଇଆନାଳ ସେତୁଟି ଯଥାଶୀଘ୍ର ମରାମତି ଅଥବା ସ୍ଥାୟୀ ପୁନଃରୁଦ୍ଧାର କରାନଗଲେ ଯାତାୟତ କରୁଥିବା ଯାତ୍ରୀ ତଥା ଗ୍ରାମାଞ୍ଚଳର ଗାଈଗୋରିଙ୍କ ପ୍ରତି ବିପଦ ମାଡିଆସିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରି ବିପଦ ସଙ୍କୁଳ ଧୋଇଆନାଳ ସେତୁର ନିର୍ମାଣ ଦାବୀ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories