ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ବୃତ୍ତି ୧୭୪ ଜଣ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ୧୩୯ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିବା ସୂଚନା ମିଳିଛି। ତୃତୀୟ ଶ୍ରେଣୀରେ ୧୯୭ ପରୀକ୍ଷା ଦେବା ନିମନ୍ତେ ଆବେଦନ କରିଥିବା ବେଳେ ୧୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ନନ୍ଦ କିଶୋର ସାବତ ପରୀକ୍ଷା ସୁପରିଟେଣ୍ଡ, ଡେପୁଟି ସୁପରିଟେଣ୍ଡର ଭାବରେ ପ୍ରଫୁଲ୍ଲ ଚନ୍ଦ୍ର ଷଡଙ୍ଗୀ ଦାୟିତ୍ବ ତୁଲାଇ ଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ଥିଲେ । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚମ ଶ୍ରେଣୀରେ ୧୭୬ଜଣ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୩୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ବଡ ତୋଡ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ମିଶ୍ର ସୁପରିଟେଣ୍ଡ ଭାବେ ଦାୟିତ୍ବ ତୁଲାଇଥିଳେ। ପରୀକ୍ଷା ତଦାରଖ କରିଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ। ଶାନ୍ତି ଶୃଙ୍ଖଳା ଭାବରେ ପରୀକ୍ଷା ଶେଷ ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.