www.samajalive.in
Sunday, December 14, 2025
19.1 C
Bhubaneswar

ନୂତନ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ଶିଳାନ୍ୟାସ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ୯ନଂ ୱାର୍ଡରେ ଥିବା ଦୀର୍ଘ ବର୍ଷର ପୁରୁଣା ସବ ରେଜିଷ୍ଟ୍ରାର କାଯ୍ୟାଳୟ ରହିଥିଲା। ଯାହାକି ଆଜି ୬୭ ଲକ୍ଷ ୧୦ ହଜାର ୪୦୦ ସହ ଟଙ୍କା ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ କରିବା ପାଇଁ ଶିଳାନ୍ୟାସ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟୋପୋ, ସବରେଜିଷ୍ଟ୍ରାର ଡ଼. ସତ୍ୟ ନାରାୟଣ ତାଣ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ଜୁନିୟର ଟେକ୍ନିସିୟନ କୁଞ୍ଜ ଲତା ସାହୁ, କୁଶ କୁମ୍ଭାର ନାଏକ, ଦୀପକ ଦାସ, ରାମ ଚନ୍ଦ୍ର ଭୋଇ, ଯଶୋବନ୍ତ ପସାୟତ, ସରକାରୀ ଓକିଲ ବିକାଶ ମିଶ୍ର, ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଧାୟିକା ପ୍ରତିନିଧି ଗଣେଶ ସାହୁ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଅତାବିରା ଦଲିଲ ଲେଖକ ସଂଘ ଓ ଷ୍ଟାମ୍ଫ ଭେଣ୍ଡର ପକ୍ଷରୁ ସମସ୍ତ ଆସିଥିବା ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟାଳୟ ନିର୍ମାଣକୁ ଫେବ୍ରୁଆରୀ ୨୦୨୩ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବା ପାଇଁ କୁହାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories