ଅଟୋ ଦୁର୍ଘଟଣା: ୫ ଜଣ ଅଙ୍ଗନୱାଡି କର୍ମୀ ଆହତ, ୪ ଗୁରୁତର

ରେଙ୍ଗାଲିକ୍ୟାମ୍ପ:ଅତାବିରା ବ୍ଲକ ଅନ୍ତର୍ଗତ ଲକ୍ଷଦେରପଳି ଛକରେ ୫୩ ନଂ ଜାତୀୟ ରାଜପଥରେ ଅପରାହ୍ନ ପ୍ରାୟ ୨ ଟା ୩୫ ମିନିଟ ସମୟରେ ଏକ ଅଟୋ ଦୁର୍ଘଟଣା ୫ ଜଣ ଅଙ୍ଗନୱାଡି କର୍ମୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଅଛନ୍ତି। ଦୁର୍ଘଟଣା ଘଟାଇ ଅଟୋ ଚାଳକ ଫେରାର ହୋଇଯାଇଛି।
ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ପିସିସି ତାଲିମ ଗତ ୧୩ ତାରିଖରୁ ଆରମ୍ଭ ହୋଇଛି। ଆଜି ତାର ତୃତୀୟ ଦିବସରେ ଅଙ୍ଗନୱାଡ଼ିକର୍ମୀମାନେ ତାଲିମ ସାରି ଘରକୁ ଏକ ଅଟୋରେ ଫେରୁଥିଲେ। ରାସ୍ତାରେ ଅଟୋଟି ଭାର ସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା। ଫଳରେ ଅଟୋରେ ଥିବା ୯ ଜଣ ଅଙ୍ଗନୱାଡି କର୍ମୀ ଛିଟିକି ପଡ଼ିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଅତାବିରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଖଲିଆପାଲିର ଚନ୍ଦ୍ରିକା ଦୀପ (୪୫) ଓ ସନ୍ତୋଷିନି ବାଗ (୩୬), ଗରିଆ ଟିକ୍ରାର ପଦ୍ମିନୀ ବଗର୍ତ୍ତି (୪୦), ପତ୍ରା ପାଲିର ଅସର୍ପି ସାହୁ (୪୦)ଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

kalyan agarbati

Comments are closed.