www.samajalive.in
Saturday, December 6, 2025
26.1 C
Bhubaneswar

କାର ସହ ଧକ୍କା ହୋଇ ବୃଦ୍ଧଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୧୧ ଟାରେ ଅତାବିରା ତହସିଲ ଛକ ଠାରେ ଦ୍ରୁତ ଗତିରେ ଯାଉଥିବା ଏକ କାର ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ ହେଲେ ଖଣ୍ଡହତା ଗ୍ରାମର ଶଶିଭୂଷଣ ତାଣ୍ଡି ,ବୟସ ୬୦ ବର୍ଷ। ସେ ଜଣେ ଗରିବ ଲୋକ କୁଲି ମଜୁରୀ କରି ପେଟ ପୋଷୁଥିଲେ। ତାଙ୍କର ଦୁଇ ପୁଅ ମଧ୍ୟରୁ ବଡ ପୁଅ କେବେ ଠାରୁ ମୃତ୍ୟୁବରଣ କରିସାରିଛନ୍ତି। ସାନ ପୁଅ ଶିଶିର ଶ୍ଵଶୁର ଘର ଅତାବିରା ବ୍ଲକ ଅନ୍ତର୍ଗତ ଭାଲୁପାଲିରେ ରହନ୍ତି ।
ତେଣୁ ସେ ତାଙ୍କ ସମୁଧି ଘରେ କିଛିଦିନ ହେଲା ଆସି ରହୁଥିଲେ। ଆଜି ସକାଳେ ସାଇକେଲରେ କିଛି କାମ ନେଇ ଅତାବିରା ଆସିଥିଲେ। ତହସିଲ ଅଫିସ ଛକରେ ସେ ରାସ୍ତା ପାରି ହେଉଥିବା ବେଳେ ବରଗଡ଼ ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ କାର ସହ ଧକ୍କା ହୋଇଥିଲେ। ଫଳରେ ତାଙ୍କର ଡାହାଣ ଗୋଡ଼ଟି କଟିଯିବ। ସହ ରକ୍ତାକ୍ତ ହୋଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ପ୍ରଥମେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ।ପରେ ଶବ ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠାଯାଇଥିଲା । ଦୁର୍ଘଟଣା ଗ୍ରସ୍ତ କାରକୁ ପୁଲିସ ଜବତ କରି ଥାନାରେ ଅଟକ ରଖିଛି। ପ୍ରକାଶ ଥାଉକି ରାସ୍ତା ନିର୍ମାଣ କରି ସଂସ୍ଥାର ଅଧାପନ୍ତରିଆ କାମ ଯୋଗୁ ଚାରି ଥାକିଆ ରାସ୍ତା ହେବ ପରେ ମଧ୍ୟ ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହେଉଛି। ରାସ୍ତା ମଝିରେ ଥିବା ଡିଭାଇଦର୍ ବା ବିଭାଜିକାରେ ରେଲିଂ ଦିଆଯାଇନାହିଁ।ଯାହା ଫଳରେ ଲୋକେ ମନ ଇଚ୍ଛା ଯେ କୌଣସି ସ୍ଥାନରେ ରାସ୍ତା ପାରି ହେଉଛନ୍ତି ।
ଦ୍ଵିତୀୟରେ ଟ୍ରାଫିକ ବ୍ୟବସ୍ଥା କିଛି ନାହିଁ।ଲୋକେ ଭୁଲି ଗଲେଣି ଟ୍ରାଫିକ କଣ ଆଉ ନିୟମ କଣ? ଜେବ୍ରା କ୍ରସିଂ କଣ ଲୋକେ ତାହା ମଧ୍ୟ ଜାଣୁ ନାହାନ୍ତି। ଖୋଲା ଡିଭାଇଡର ଦେଇ ଲୋକେ ଅନାୟସରେ ରାସ୍ତା ପାରି ହେଉଛନ୍ତି,ଆଉ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହା ସହ ରାସ୍ତାର ସମ୍ପୂର୍ଣ କାମ ହେବା ପାଇଁ ଦାବି କରାଯାଉଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories