www.samajalive.in
Saturday, December 6, 2025
26.1 C
Bhubaneswar

ଅତାବିରା ଓକିଲ ସଂଘର ପୂର୍ବତନ ସଭାପତିଙ୍କ ବିୟୋଗ

ରେଙ୍ଗାଲିକେମ୍ପ୍ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଓକିଲ ସଂଘର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ରାକେଶ ପାଢ଼ୀ(୫୪)ଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଯାଇଛି। ସେ ଜଣେ ଦକ୍ଷ, କର୍ମବୀର ଓ ଜଣେ ସମାଜସେବୀ ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।

ପ୍ରକାଶ ଥାଉକି, ୨୦୧୧ ମସିହାରେ ସେ ଜେସିଆଇର ସଭାପତି ଭାବେ କାର୍ଯ୍ୟ ତୁଲାଇ ବେଶ୍ ସୁନାମ ଅର୍ଜନ କରିଥିଲେ। ଏହାପରେ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ଅତାବିରା ଓକିଲ ସଂଘର ସଭାପତି ଦାୟିତ୍ଵ ତୁଲାଇ ଥିଲେ। ଏହା ବ୍ୟତୀତ ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ସେ ଲଦେରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଉପ ସଭାପତି ରୂପେ କାର୍ଯ୍ୟ କରି ଆସିଥିଲେ। କିନ୍ତୁ ଦୁଃଖର ବିଷୟ ସେ ପ୍ରାୟ ଗୋଟିଏ ବର୍ଷ ହେବ କର୍କଟ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱରରୁ ଆଜି ତାଙ୍କ ମର ଶରୀରକୁ ଅଣାଯାଇ ଅତାବିରା ସ୍ବର୍ଗ ଦ୍ବାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ବିଧବା ପତ୍ନୀ ମମତା ପାଢ଼ୀ, ବିଧବା ମାଆ, ସାନ ଭାଇ ମୁକେଶ ପାଢ଼ୀ, ଝିଅ ନିଶା, ପୁଅ ତଥା ବନ୍ଧୁ ବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଓକିଲ ସଂଘର ସଭାପତି ଉନିକୃଷ୍ଣା ନାୟାର, ସମ୍ପାଦକ ଅରବିନ୍ଦ ଶୁସାରି, ବରିଷ୍ଠ ନାଗରିକ ସଂଘର ବେଣୁଧର ମିଶ୍ର ଓ କର୍ମ କର୍ତ୍ତା, ଏ ପି ପି ବିକାଶ ମିଶ୍ର, ରୋଟାରୀର ବିରେନ୍ଦ୍ର ଵାଙ୍କା, ରାଜେଶ୍ ଅଗ୍ରୱାଲ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ଦଳୀୟ ନେତା ତାଙ୍କର ଶେଷ ଦର୍ଶନ କରିଥିଲେ। ପୁଅ ମାନସ ପାଢ଼ୀ ମୁଖାଗ୍ନି ଦେଇଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories