www.samajalive.in
Saturday, December 6, 2025
26.1 C
Bhubaneswar

ଦେଶରେ ତଳମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ ହଜାର ୬୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୬,୩୭୨କୁ ବୃଦ୍ଧି ପାଇଛି। ଆଉ ୨,୪୯୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୭୮,୦୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୫%। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୬,୭୫୫ରେ ପହଞ୍ଚିଛି।ମୃତ୍ୟୁହାର ୧.୨୦%। ୨୧,୫୩୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୫%। ଦିନକ ପୂର୍ବରୁ ୬,୯୧,୪୨୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୭୮,୫୬,୪୪,୨୨୫ ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୨୯,୮୨,୪୫୧ ଟିକା ନେଇଥିବା ବେଳେ ମୋଟ ୧,୮୨,୫୫,୭୫,୧୨୬ ଟିକାକରଣ କରାଯାଇଛି। ସକାଳ ଯାଏଁ ୮,୯୦,୪୫୨ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories