ଅତାବିରା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ, ଚାଲିଲା ହାରଜିତ ପାଇଁ ଅଙ୍କକଷା

ରେଙ୍ଗାଲିକ୍ୟାମ୍ପ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଏବେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଚାଲିଛି ବିଭିନ୍ନ ପ୍ରକାର ରଣକୌଶଳ। ହାରଜିତ ପାଇଁ ଚାଲିଛି ଅଙ୍କକଷା। ବ୍ଲକରେ ସମିତିସଭ୍ୟ ପ୍ରାର୍ଥି ପାଇଁ ୧୦୭ଟି ପ୍ରାର୍ଥୀ ପତ୍ର ଦାଖଲ ହୋଇ ୨ ଟି ନାକଚ ହୋଇଛି,ଠିକ୍ ସେହିପରି ସରପଞ୍ଚ ପ୍ରାର୍ଥୀ ପାଇଁ ମୋଟ ୧୪୮ଟି ପ୍ରାର୍ଥୀ ପତ୍ର ଦାଖଲ ହୋଇ ୧୭ଟି ନାକଚ ହୋଇଥିବା ବେଳେ ଦାଖଲ ହୋଇଥିବା ୩୬୬ଟି ୱାର୍ଡ ମେମ୍ବର ପ୍ରାର୍ଥୀ ପତ୍ର ମଧ୍ୟରୁ ୪୪ଟି ବିଭିନ୍ନ କାରଣରୁ ନାକଚ ହୋଇଛି। ତେବେ ବ୍ଲକର ଅମଲିପାଲି ପଞ୍ଚାୟତ ପାଇଁ ୮ଜଣ ୱାର୍ଡ ମେମ୍ବର, ୬ଜଣ ସରପଞ୍ଚ ଓ୪ଜଣ ସମିତି ସଭ୍ୟ, ଵୁଗୁବୁଗା ପଞ୍ଚାୟତରେ ୯ଜଣ ୱାର୍ଡ ମେମ୍ବର, ୧୦ ଜଣ ସରପଞ୍ଚ ଓ ୫ଜଣ ସମିତି ସଭ୍ୟ, ଚକୁଳି ପଞ୍ଚାୟତରେ ୭ ଜଣ ୱାର୍ଡ ମେମ୍ବର,୧୦ ଜଣ ସରପଞ୍ଚ ଓ୦୬ ଜଣ ସମିତି ସଭ୍ୟ,ଦୁଲମ୍ ପୁର ପଞ୍ଚାୟତ ପାଇଁ ୯ ୱାର୍ଡ ମେମ୍ବର, ୬ଜଣ ସରପଞ୍ଚ,୫ ଜଣସମିତି ସଭ୍ୟ, ଗୋଡଭଗା ପଞ୍ଚାୟତ ପାଇଁ ୧୧ଜଣ ୱାର୍ଡ ମେମ୍ବର,୩ ଜଣ ସରପଞ୍ଚ ଓ ୩ଜଣ ସମିତି ସଭ୍ୟ, ହିର୍ଲିପାଲି ପଞ୍ଚାୟତରେ ୯ ଜଣ ୱାର୍ଡ ମେମ୍ୱର୍, ୭ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ, ଜକ୍ଷଙ୍ଗେଡ ପଞ୍ଚାୟତରେ ୪ ଜଣ ୱାର୍ଡ ମେମ୍ବର, ୬ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ, ଯହ୍ନାପଡ଼ା ପଞ୍ଚାୟତ ପାଇଁ ୬ ଜଣ ୱାର୍ଡ ମେମ୍ବର, ୭ଜଣ ସରପଞ୍ଚ ଓ ୭ଜଣ ସମିତି ସଭ୍ୟ, ଝିଲିମିଣ୍ଡା ପଞ୍ଚାୟତ ରେ ୧୨ ଜଣ ୱାର୍ଡ ମେମ୍ବର,୪ ଜଣ ସରପଞ୍ଚ ଓ ୪ସମିତି ସଭ୍ୟ, କାଦୋବାହାଲ ପଞ୍ଚାୟତ ପାଇଁ ୯ ଜଣ ୱକ୍ଷର୍ଡମେମ୍ୱର୍, ୮ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ, କୁମେଲସିଂହା ପଞ୍ଚାୟତ ପାଇଁ୮ ଜଣ ୱାର୍ଡ ମେମ୍ବର, ସରପଞ୍ଚ ୩ ଓ ସମିତି ସଭ୍ୟ ୪ ଜଣ, କୁଲିତାଟୁକୁରା ପଞ୍ଚାୟତରେ ୧୩ ଜଣ ୱାର୍ଡ ମେମ୍ବର,୪ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ, କୁଲୁଣ୍ଡା ପଞ୍ଚାୟତରେ ୫ ଜଣ ୱାର୍ଡ ମେମ୍ବର, ୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ୫ ଜଣ, ଖରମୁଣ୍ଡା ପଞ୍ଚାୟତ ପାଇଁ ୱାର୍ଡ ମେମ୍ବର ୩, ସରପଞ୍ଚ ୬ ଜଣ ଓ ସମିତି ସଭ୍ୟ ୨ ଜଣ, ଲଚିଦା ପଞ୍ଚାୟତ ପାଇଁ ୯ ଜଣ ୱାର୍ଡ ମେମ୍ବର, ସରପଞ୍ଚ ୫ ଓ ସମିତି ସଭ୍ୟ ୪ ଜଣ, ଲହଣ୍ଡା ପଞ୍ଚାୟତ ପାଇଁ ୧୪ ଜଣ ୱାର୍ଡ ମେମ୍ବର, ସରପଞ୍ଚ ୩ ଜଣ ଓ ସମିତି ସଭ୍ୟ ୩ ଜଣ, ଲରମ୍ଭା ପଞ୍ଚାୟତ ପାଇଁ ୯ ଜଣ ୱାର୍ଡ ମେମ୍ବର, ୩ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟ,ଲରାସରା ପଞ୍ଚାୟତ ପାଇଁ ୱାର୍ଡ ମେମ୍ବର ୯ , ସରପଞ୍ଚ ୪ ଜଣ ଓ ୪ ଜଣ ସମିତି ସଭ୍ୟ, ମନାପରା ପଞ୍ଚାୟତ ପାଇଁ ୧୫ ଜଣ ୱାର୍ଡ ମେମ୍ବର, ସରପଞ୍ଚ ୫ ଓ ସମିତି ସଭ୍ୟ ୪ଜଣ, ପାହାରଶ୍ରୀଗିଡା ପଞ୍ଚାୟତ ପାଇଁ ୯ ଜଣ ୱାର୍ଡ ମେମ୍ବର, ସରପଞ୍ଚ ୫ ଜଣ ଓ ସମିତି ସଭ୍ୟ ୪ ଜଣ, ସିଲେଟ ପଞ୍ଚାୟତ ପାଇଁ ୮ ଜଣ ୱାର୍ଡ ମେମ୍ବର, ୪ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ, ଟାମ୍ପରସରା ପଞ୍ଚାୟତ ପାଇଁ ୧୯ ଜଣ ୱାର୍ଡ ମେମ୍ବର, ୧୧ ଜଣ ସରପଞ୍ଚ ଓ ୧୦ ଜଣ ସମିତି ସଭ୍ୟ, ଟାଙ୍ଗର ପାଲି ପଞ୍ଚାୟତରେ୬ ଜଣ ୱାର୍ଡ ମେମ୍ବର, ୪ ଜଣ ସରପଞ୍ଚ ଓ ୨ ଜଣ ସମିତି ସଭ୍ୟ ଏବଂ ଟୋପ ପଞ୍ଚାୟତ ପାଇଁ ୧୭ ଜଣ ୱାର୍ଡ ମେମ୍ବର, ୪ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ ପଦବୀ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ପତ୍ର ସ୍ବୀକୃତି ହୋଇଛି। ଆସନ୍ତା କାଲି ଉପରୋକ୍ତ ପଦବୀ ଗୁଡିକ ପାଇଁ ଦାଖଲ କରିଥିବା ପ୍ରାର୍ଥୀପତ୍ର ମଧ୍ୟରୁ ଚାହିଁଲେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ। ତେବେ ଦେଖାଯାଉ କେତେ ଜଣ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ଆଉ କାହା କାହା ମଧ୍ୟରେ ଲଢେଇ ହେଉଛି। ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ର ରଣ କୌଶଳ ଆରମ୍ଭ କରିଦେଇଥିବା ବେଳେ ଜନତା ଜନାର୍ଦ୍ଦନ ଭୋଟ ଦେବା ପାଇଁ ହିସାବ କରିଚାଲିଛନ୍ତି ପ୍ରାର୍ଥୀ ମାନଙ୍କର ଭଳ ମନ୍ଦ କର୍ମର ପରିସଂଖ୍ୟାନ।

kalyan agarbati

Comments are closed.