ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତ । ଅନୁସୂୟା ଦେବତାଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ଲକ୍ଷ୍ନୌ ର ମଦର ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। କରୋନା କଟକଣା ଜନିତ ପ୍ରତିବନ୍ଧକ ଯୋଗୁଁ ଏହି ସମ୍ମାନ ଟି ଅନଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ପ୍ରକାଶ ଥ।ଉକି ଅନୁସୂୟା ଦେବତା କରୋନା ମହାମାରୀ ସମୟରେ ଗାଆଁ ଗାଆଁ ବୁଲି ଲୋକଙ୍କୁ ସାହାଯ୍ୟ କରିଥିଲେ ସଚେତନ କରିଥିଲେ। ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ,ତାର ସମାଧାନ ପାଇଁ ବିଭିନ୍ନ ପ୍ରକାର ସହାୟତା କରିଥିଲେ।ସଂକ୍ରମଣ ଭୟରେ ଲୋକେ ଘର ଭିତରେ ରହିଥିବା ବେଳେ ,ମହିଳା ଜଣକ ନିଜ ଜୀବନକୁ ଖାତିର ନ କରି ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ ।ପେଶା ତାଙ୍କର ଶିକ୍ଷକତା ହେଲେ ନିଶା ହେଉଛି ସମାଜ ସେବା।ଏହା ବ୍ୟତୀତ ସେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହିତ ଗରିବ ଅସହାୟ ମାନଙ୍କୁ ତାଙ୍କର ସାମର୍ଥ୍ୟ ମତେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ସେ ଅନେକ ସଂଘ, ସେବା ଅନୁଷ୍ଠାନ, ସହିତ ଜଡିତ ରହି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି। ତାଙ୍କରି ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।
Popular Categories



