www.samajalive.in
Sunday, December 7, 2025
16.1 C
Bhubaneswar

ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ରହିଥିବା ଐତିହାସିକ ପୋତାଗଡ଼ ଦୁର୍ଗକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳ ଆଠଟା ସମୟରେ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଉପଜିଲ୍ଲାପାଳ ନୀଳମାଧଵ ଭୋଇ, ବିଡ଼ିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ, ଏନଏସି କାର୍ୟ୍ୟନିର୍ବାହୀ ଅଧିକହାରୀ ରୋନିତ କୁମାର, ଗ୍ରାସୀମ କମ୍ପାନୀର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ବିଜେଡି ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପୋତାଗଡ଼ ର ଉନ୍ନତି କରଣ ନେଇ ଜିଲ୍ଲାପାଳ ଆଲୋଚନା କରିବା ସହ ପାଇଁ ସାଇନିଙ୍ଗ ବୋର୍ଡ ଦେବା ନିମନ୍ତେ ସ୍ଥାନୀୟ ଗ୍ରାସୀମ କମ୍ପାନୀ କର୍ତ୍ୟୁପକ୍ଷ ଙ୍କୁ ପରାମର୍ଶ ଦେଇଥିଲେ ।

ଏହାସହ ଦୁର୍ଗ ପରିସରରେ ଅଧିକ ଆଲୋକୀକରଣ ନିମନ୍ତେ ବ୍ୟବସ୍ଥା , ଅତ୍ୟାଧୁନିକ ପାର୍କିଂ ,ଶିଶୁ ଉଦ୍ୟାନ,ସେଲ୍ଫି ପଏଣ୍ଟ,ସହ ବୃକ୍ଷ ରୋପଣ କରାଯିବା ସହ ପରିବେଶ କୁ ସୁନ୍ଦର କରି ଆକର୍ଷଣୀୟ କରିବା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୋତାଗଡ଼ ନିକକରୁ ଋଷିକୂଲ୍ୟା ନଦୀ ମଧ୍ୟରେ ଦଳ ଦଳ ହୋଇ ଜଳକ୍ରୀଡା କରୁଥିବା ମାଙ୍ଗୋଲିଆ ପକ୍ଷୀ ଓ ଦୁର୍ଗ ପରିସରର ରେ ବସିଥିବା କିଛି ରଙ୍ଗ ବେରଙ୍ଗର ପକ୍ଷୀ ଓ ବିଭିନ୍ନ ପ୍ରାକୃତିକ ଦୃଶ୍ୟର ଫୋଟ ଚିତ୍ର ଗୁଡିକୁ ନିଜ କ୍ୟାମେରା ରେ କଏଦ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories